No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସମେତ ସାରା ଗଜପତି ଜିଲ୍ଲାରେ ଆଜି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି ।ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ’ର ଗୌରଚନ୍ଦ୍ର ଗଜପତି ରଙ୍ଗମଞ୍ଚ’ରେ ପତାଞ୍ଜଳି ଯୋଗ ସମିତି ପକ୍ଷରୁ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର’ରେ ବିଦ୍ୟାମନ୍ଦିର ପକ୍ଷରୁ ଏହି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ କୋଭିଡ କଟକଣା ମଧ୍ୟରେ ସୀମିତ ବ୍ୟକ୍ତି ବିଶେଷ ତଥା ସଦସ୍ୟ/ସଦସ୍ୟା ମାନଙ୍କୁ ନେଇ ଏହି ଯୋଗଭ୍ୟାସ ତଥା ଯୋଗ-ଶିବିର ଅନୁଷ୍ଠିତ ହୋଇଥିଲା ।

ବିଭିନ୍ନ ସ୍ଥାନରେ ଯୋଗଗୁରୁ ଶ୍ରୀ ବିଘ୍ନେଶ୍ବର ଦାସ ଓ ଯୋଗ ଶିକ୍ଷକ ମୁରଲୀ ମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକାର’ର ଯୋଗଭ୍ୟାସ କରାଇଥିଲେ । ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଯୋଗଗୁରୁ ବିଘ୍ନେଶ୍ବର ଦାସ , ଆଶାଲତା ପାଣିଗ୍ରାହୀ , ପି: ହୋତା ଏବଂ କେ: ଆପ୍ପାରାଓ ପ୍ରମୁଖ କହିଛନ୍ତି ଯେ , ଆମର ଦୈନନ୍ଦିନ ଜୀବନ’ରେ ନିଜର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ’କୁ ସୁସ୍ଥ ରଖିବା ପାଇଁ ଯୋଗ’ର ଯଥେଷ୍ଟ ଆବଶ୍ୟକତା ରହିଛି ଯୋଗ ମନ ଏବଂ ଶରୀର’କୁ ସଂଯୋଗ କରିଥାଏ ।

ବିଶେଷତଃ ଦେଖା ଦେଉଥିବା କରୋନା ମାହାମାରି ସମୟ’ରେ ନିୟମିତ ଭାବେ ଯୋଗ କରିଲେ , ଶରୀର’ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଥାଏ , ଅମ୍ଳଜାନ ସ୍ତର ବୃଦ୍ଧି ହୋଇଥାଏ ଏବଂ କରୋନା ମୁକ୍ତ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବର୍ତ୍ତମାନ ପରିସ୍ଥିତି’ରେ କରୋନା’କୁ ହଟାଇବା ପାଇଁ ଯୋଗ ହିଁ ଏକମାତ୍ର ପନ୍ଥା । ଯାହାଦ୍ୱାରା ମାଗଣା’ରେ ଓ ବିନା ଔଷଧ’ରେ ଆମେ ସୁସ୍ଥ ରହି ପାରିବା । ଶରୀର’ରେ ଦେଖା ଦେଉଥିବା ବିଭିନ୍ନ ପ୍ରକାର’ର ଅସାଧ୍ୟ ରୋଗ’ରୁ ମଧ୍ୟ ମୁକ୍ତି ପାଇପାରିବା ।ତେଣୁ ଦୈନନ୍ଦିନ ଜୀବନ’ରେ ଯୋଗ-ପ୍ରାଣାୟମ ଅଭ୍ୟାସ’ର ଆବଶ୍ୟକତା ଯଥେଷ୍ଟ ରହିଥିବା ଏବଂ ସମସ୍ତେ ଯୋଗଭ୍ୟାସ କରିବା ଆବଶ୍ୟକ ବୋଲି କହିଥିଲେ । ( ରିପୋର୍ଟ ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result