No Result
View All Result
ଓଡିଶା ତାଜ଼ା ନ୍ୟୁଜ (୨୧ ଜୁନ, ସୋମବାର) ଖୋର୍ଦ୍ଧା ଜଟଣୀ :- ଆନ୍ତରାଷ୍ଟ୍ରୀୟ ଯୋଗା ଦିବସ ଉପଲକ୍ଷେ ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଏକ ଆନ୍ତ ଡିଭିଜନାଲ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଷ୍ଟ କୋଷ୍ଟ ଯୋନର , ୱାଲଟିଅର , ସମ୍ବଲପୁର ଓ ଖୋର୍ଦ୍ଧା ରୋଡ଼ ଡିଭିଜନର ୨୭ ଜଣ ଆର ପି ଏଫ ପର୍ଶନଲ ଯୋଗ ଦେଇଥିଲେ ।
ବି ଜେ ବି ରେଳବାଇ ଇନିସ୍ଟିଚୁଟ ଖୋର୍ଦ୍ଧାରୋଡ଼ ଠାରେ ଅନୁଷ୍ଠିତଏହି ପ୍ରତିଯୋଗିତାରେ ଖୋରଦାରୋଡ଼ ପ୍ରଥମ , ଭୁବନେଶ୍ୱର ହେଡ଼ କ୍ୱାଟର ଦ୍ୱିତୀୟ ଏବଂ ସମ୍ବଲପୁର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଖୋର୍ଦ୍ଧାରୋଡ଼ ମଣ୍ଡଳ ସୁରକ୍ଷା ଅଧିକାରୀ ଏମ ସାମ୍ବା ଶିବା ରାଓ ଏବଂ ସହକାରୀ ସୁରକ୍ଷା ଅଧିକାରୀ ଏସ କେ ସିଙ୍ଗ ପରିଚାଳନା ଓ ପୁରସ୍କାର ବିତରଣ କରିଥିଲେ । (ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ)
No Result
View All Result