ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ ପୁଟେଲ ଙ୍କ ଅକାଳ ବିୟୋଗ

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାଟଣାଗଡ଼ :-  ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ସରପଞ୍ଚ ସୁରେଶ( ୪୬ ) ପୁଟେଲ ଙ୍କ ଆଜି ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । । ମିଳିଥିବା ସୂଚନା ଅନୁଯାୟୀ ସେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ପଛରେ ସ୍ତ୍ରୀ ପୁଅ ଝିଅ ମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ସେ ଜଣେ ଶାନ୍ତ ଶିଷ୍ଠ ମେଲାପ ବ୍ୟକ୍ତି ଥିଲେ ଓ ସମସ୍ତ ଙ୍କର ଦୁଃଖ ସୁଖ ର ସାଥୀ ପାଲଟିଥିଲେ । ସ୍ବର୍ଗତ ପୁଟେଲ ବିବାହ କାର୍ଯ୍ୟ ରେ ରୋଷେଇ ଓ ମିଠା ତିଆରିବା କାର୍ଯ୍ୟ ବହୁତ ସୁନ୍ଦର ତିଆରି କରୁଥିବାରୁ ଅଞ୍ଚଳ ରେ ବେଶ ପରିଚିତ ଥିଲେ । ସେ ଦେଉଳ ଗାଁ ସରପଞ୍ଚ ଦାୟିତ୍ୱରେ ଥିବା ଦିନକୁ ଲୋକଙ୍କ ର ସେବା ଶୁଶ୍ରୁଷା ରେ ଅହରହ ଚେଷ୍ଟିତ ଥିଲେ ତାଙ୍କର ଅକାଳ ବିୟୋଗରେ ସରପଞ୍ଚ ସଂଘ ପାଟଣାଗଡ ପକ୍ଷରୁ ଓ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି ।(ଗୋରେଖନାଥ ବରିହା )