No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପୁରୀ :- ଆସନ୍ତା ୨୪ ତାରିଖରେ ହେଉଥିବା ସ୍ନାନଯାତ୍ରାରେ ପହଣ୍ତି ରାତି ଗୋଟାଏରୁ ଚାରିଟା ଭିତରେ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀଗୁଣ୍ତିଚା ପାଇଁ ସକାଳ ୮.୩୦ ରୁ ପହଣ୍ତି କରାଯାଇ ଅପରାହ୍ନ ୩ଟାରେ ରଥଟଣା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଅନୁମୋଦିତ ହୋଇଛି ଏହି ନିତୀ ନିର୍ଘଣ୍ଟ । ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ସମସ୍ତ ସେବାୟତଙ୍କର ଟିକାକରଣ ଓ ଆରଟିପିସିଆର କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।
ଆସନ୍ତା ସ୍ନାନଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନିତୀ ନିର୍ଘଣ୍ଟ ଚୂଡାନ୍ତ ହୋଇଛି । କୋଭିଡ କଟକଣା ଓ ବିନା ଭକ୍ତରେ ହେଉଥିବା ଏହି ଯାତ୍ରା ପାଇଁ ଆଜି ଛତିଶା ନିଯୋଗ ଏହି ନିତୀ ନିର୍ଘଣ୍ଟରେ ମୋହର ମାରିଛି। ସ୍ନାନଯାତ୍ରା ପାଇଁ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ପହଣ୍ତି କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଜଳବିଜେ ଓ ସ୍ନାନ ୭.୩୦ ରୁ ୯.୩୦, ଛେରାପହଁରା ୧୦.୩୦, ହାତୀବେଶ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ରଥଯାତ୍ରା ପାଇଁ ରଥ ପ୍ରତିଷ୍ଠା ସକାଳ ୮ଟା, ପହଣ୍ତି ୮.୩୦, ଛେରାପହଁରା ଦିନ ୨ଟା ଓ ରଥଟଣା ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ। ସେହିପରି ବାହୁଡା ଯାତ୍ରା ପାଇଁ ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ ଓ ରଥଟଣା ୪ଟାରେ କରାଯିବାକୁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ହୋଇଛି ।
ବିନା ଭକ୍ତରେ ହେଉଥିବା ଏହି ରଥଯାତ୍ରା ପାଇଁ ସମସ୍ତ ସେବାୟତଙ୍କର ଆରଟିପିସିଆର କୋଭିଡ ଟେଷ୍ଟ ଓ ୨ଟି ଯାକ ଡୋଜ ଟିକାକରଣ ବାଧ୍ୟତାମୂଳକ କରାଯାଇଛି । ଗତବର୍ଷ ପରି ଚଳିତବର୍ଷ କେବଳ ସେବାୟତ ମିନେ ହିଁ ରଥ ଟାଣିବେ । ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୁର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁପାର୍ଶ୍ବ ଓ ବଡଦାଣ୍ତକୁ କର୍ଫ୍ୟୁ ଭଳି କଡା କଟକଣା ଲଗାଯିବ । ଭକ୍ତମାନେ ଗଣମାଧ୍ୟମ ଜରୀଆରେ ମହାପ୍ରଭୁଙ୍କ ସମସ୍ତ ଯାତ୍ରାର ସିଧାପ୍ରସାରଣ ଦେଖିପାରିବେ । ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ।
No Result
View All Result