No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତ ବରେଇ ଗ୍ରାମରେ ଗଣପର୍ବ ରଜ ଉପଲକ୍ଷେ ଗ୍ରାମର ଯୁବକ, ଯବତୀ, କୁନିକୁନି ପିଲା ଓ ମହିଳାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯାଇଥିଲା । ଗ୍ରାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ବରେଇ ସମାଜ କଲ୍ୟାଣ ସମିତି’ ପକ୍ଷରୁ ଏହି ପ୍ରତିଯୋଗିତା ରଜର ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ସମ୍ପୂ ଣ୍ଣ ର୍ କରୋନା କଟକଣା ଅନୁଯାୟୀ କରାଯାଇଥିବା ପ୍ରତିଯୋଗିତାରେ ପ୍ରତିଯୋଗି ତୁଣ୍ଡି ପିନ୍ଧି ଓ ସାମାଜିକ ଦୂରତା କ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ କେବଳ ପରମ୍ପରା ରକ୍ଷା କରି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ପୁଚି ଖେଳ, ଦୌଡ଼ି ଡିଆଁ, ନଦୀବନ୍ଧ ଖେଳ, ମ୍ୟୁଜିକ୍ ଚେୟାର, ସଂଗୀତ, ନୃତ୍ୟ , ଲୁଡୁ,
ସାଧାରଣ ଜ୍ଞାନ ଆଦି ୯ଟି ବିବିଧ ପ୍ରକାର ଖେଳରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଗ୍ରାମର ଏକତା ରକ୍ଷା କରାଯିବା ସହିତ କିପରି ଭାଇଚାରା ସୃଷ୍ଟି କରାଯିବ ସେଥିପାଇଁ ପ୍ରତିଯୋଗିତା କରାଯାଇ ସମସ୍ତ ପ୍ରତିଯୋଗୀଙ୍କୁ ମାକ୍ସ ଓ ସାନିଟାଇଜ୍ ପ୍ରଦାନ କରାଯାଇଥିଲା । ଗୁରୁବାର ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଏକତା ପରିଷଦର ଜିଲା ସଂଯୋଜକ ଅକ୍ଷୟକୁମାର ଜେନା ଯୋଗ ଦେଇଥିଲା ବେଳେ ଅନ୍ୟତମ ଅତିଥିଭାବେ ଗ୍ରାମ ମୁରବି ସୂର୍ଯ୍ୟମଣି ବିଶ୍ୱାଳ, ସମିତି ସଭ୍ୟା ପ୍ରତିନିଧି ସୂର୍ଯ୍ୟମଣି ଦଳେଇ ପ୍ରମୁଖ ଯୋଗଦେଇ କୃତିପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କେଦାର ବିଶ୍ୱାଳ ଯୋଗ ଦେଇ ସହଯୋଗ କରିଥିଲେ । ଶେଷରେ ଗୋପାଳଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result