No Result
View All Result
ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଉ ରହିବନି ଅକ୍ସିଜେନ ର ଅଭାବ , ସାଧାରଣ ଲୋକଙ୍କ ପାଇଁ ଅକ୍ସିଜେନ ର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ସ୍ଥାପନ ହେବାକୁ ଯାଉଛି ଅକ୍ସିଜେନ ପ୍ଲାଣ୍ଟ ।

ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ରଣପୁର,ଅଭିମନ୍ୟୁ ରିପୋର୍ଟ :- ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳ ରେ ରାଜ୍ୟର ସର୍ବବୃହତ ଯକ୍ଷ୍ମା ଚିକିତ୍ସାଳୟ ତଥା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ରେ ଉନ୍ନୟନ ମୂଳକ କାର୍ଯ୍ୟ ଲୋକାର୍ପିତ । ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ପ୍ରଚେଷ୍ଟା ରେ ଉନ୍ନୟନ ମୂଳକ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି । ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଉ ରହିବନି ଅକ୍ସିଜେନ ର ଅଭାବ , ସାଧାରଣ ଲୋକଙ୍କ ପାଇଁ ଅକ୍ସିଜେନ ର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ସ୍ଥାପନ ହେବାକୁ ଯାଉଛି ଅକ୍ସିଜେନ ପ୍ଲାଣ୍ଟ । ସଂରକ୍ଷଣ ,ଉତ୍ପାଦିକରଣ ଓ ଚାପ ଅବଶୋଷଣ ପ୍ରଣାଳୀ ରେ ଅକ୍ସିଜେନ ଉତ୍ପାଦନ ତଥା ବଣ୍ଟନ ବ୍ୟବସ୍ଥା କୁ ବିଶେଷ ଗୁରୁତ୍ୱ ଦିଆଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି । ଅନୁରୂପ ଭାବେ ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ରେ ଅକ୍ସିଜେନ ପ୍ଲାଣ୍ଟ ର ଶୁଭଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମିନିଟ କୁ ୪୦୦ ଲିଟର ଅକ୍ସିଜେନ ଉତ୍ପାଦନ ହେଉଥିବା ପ୍ଲାଣ୍ଟ ର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ଏହି ପ୍ରକଳ୍ପ ରେ ୪୦୦ କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଥିବା ବେଳେ ଶୁକ୍ର ବାର ଦିନ ବିଧାୟକ ଙ୍କ ଦ୍ଵାରା ଏହି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି । ଏହା ସହ ଚାନ୍ଦପୁର ରେ ୬୦୦୦ ଲିଟର ବିଶିଷ୍ଟ ଅକ୍ସିଜେନ ସଂଗୃହିତ ଗ୍ୟାସ ଟ୍ୟାଙ୍କର ପାଇଁ ମଞ୍ଜୁରୀ ଦିଆଯାଇଛି ଯାହା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ କରାଯାଇଛି । ନୟାଗଡ଼ ଜିଲ୍ଲା ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ , ଜିଲ୍ଲାପାଳ ଡ଼ ପୋମା ଟୁଡୁ ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରକଳ୍ପଗୁଡିକ ଉଦଘାଟନ କରାଯାଇଥିଲା । ଚାନ୍ଦପୁର ସ୍ଥିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟ ର ଭିତ୍ତିଭୂମିର ସ୍ଥାପନା ଜନ ସାଧାରଣ ଙ୍କ ମନରେ ଏକ ଆତ୍ମତୃପ୍ତି ଆଣିଦେଇଛି ବୋଲି ରଣପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ହେଉଛି ।
No Result
View All Result