No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) କନ୍ଧମାଳ :- ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀ ଙ୍କ ୫୧ ତମ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ କରୋନା ସଚେତନତା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମ କନ୍ଧମାଳ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ହୋଇଥିବା ବେଳେ ମାନସ ନାୟକ, କେ. ତପନ କୁମାର ସୁବୁଦ୍ଧି, ସମୀର, ଅମରେଶ ଦନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result