No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୯ ଜୁନ ଶନିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ଠାରେ ରହୁଥିବା ୧୫ ଜଣ କିନ୍ନରଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ରାସନ ସାମଗ୍ରୀ ପ୍ରଦାନ କରିଥିବାର ଜଣାଯାଇଛି । ଏନେଇ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ରାଓ କିନ୍ନରମାନଙ୍କ ସମସ୍ୟା ସମ୍ପର୍କେ ପଚାରି ବୁଝିବା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । କିନ୍ନର ସଂଘର ସଭାପତି ମଧୁ ବରାଡ, ସମ୍ପାଦକ ଅବ୍ଦୁଲ ଅଜୀମ ପ୍ରମୁଖ କହିଛନ୍ତି ଯେ, କରୋନା କଟକଣା ଯୋଗୁଁ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି ।
ଏହାକୁ ବିଧାୟକ ଶ୍ରୀ ରାଓ ଉପଲବ୍ଧ କରି ଏକ ମାସ ନିମନ୍ତେ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ପ୍ରତ୍ୟେକଙ୍କୁ ୨୫ କେଜି ଚାଉଳ ସହ ଆଳୁ ପିଆଜ, ଡାଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀର ଦିଆଯାଇଛି । ଆୟୋଜିତ ଏହି କାର୍ଯକ୍ରମରେ ବିଧାୟକଙ୍କ ସମତେ ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ମହିଳା ନେତ୍ରୀ ପି.ଲତା, ବରିଷ୍ଠ ଭାଜପା ନେତା ବିଭୂତି ଭୂଷଣ ହେବେରା, ଜମିଦାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result