No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ଆଜି ସକାଳ ୧୦ଟା ସମୟରେ ଓଡ଼ଗାଁ ଥାନା ରୋହିବାଙ୍କ ଆଶ୍ରମଠାରେ ୨ବାଇକ ମୁହାଁମୁହିଁ ଧକ୍କା ହୋଇ ଭଗବତ ପ୍ରସାଦର ତ୍ରିନାଥ ପ୍ରଧାନ ୪୦ବର୍ଷ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ତ୍ରିନାଥ ପ୍ରଧାନ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲେ । ନୟାଗଡ଼ ଜିଲ୍ଲା ବାଲୁଗାଁ ଅଞ୍ଚଳର କୈଳାସ ସ୍ବାଇଁ ଓ ନୀଳମଣି ସ୍ବାଇଁ ସମ୍ଭବ ପଟୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହେବାରୁ ତ୍ରିନାଥ ପ୍ରଧାନ ମୃତ୍ୟୁ ହୋଇଥିଲା ଓ କୈଳାସ , ନିଳମଣି ଗୁରୁତର ଆହତ ହେଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଓଡ଼ଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କୈଳାସ ଓ ନିଳମଣିଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ତ୍ରିନାଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଡାକ୍ତର ତ୍ରିନାଥଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଏ ନେଇ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result