No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ୍ ଶରଣକୁଳରେ ରାଜସ୍ୱ ରଥ ଗଡିଛି । ରଣପୁର ବିଧାୟକ ତଥା ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଛନ୍ତି । ଶରଣକୁଳ ଓ ଗୋଡିପଡା ଅଞ୍ଚଳରେ ଥିବା ୧୮ଟି ପଞ୍ଚାୟତରେ ଏହି ରଥ ରାଜସ୍ୱ ବିଭାଗର ସମସ୍ତ ସେବା ଲୋକଙ୍କ ଘରେ ପହଞ୍ଚାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ବିଜୟତା ସାମନ୍ତସିଂହାର , ଆର.ଆଇ ଇଷତ୍ ମଲ୍ଲିକ , ଶରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ , ଜ୍ଞାନରଞ୍ଜନ ମୁଦୁଲି , ବିକ୍ରମ ଦାଶ , ପ୍ରମୋଦ ପ୍ରଧାନ , ମିନାକ୍ଷୀ ପ୍ରସାଦ ସାହୁ , ବୈକୁଣ୍ଠନାଥ ସେଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result