No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍ ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ଅନ୍ତର୍ଗତ ଧୁମାଭଟା ଗ୍ରାମର ଭଗବାନ ବୁଡେକ ଗତ ୨୦୧୯ ରେ କେନ୍ସର ରେ ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ । ସେ ଜଣେ ଦିନ ମଜୁରୀଆ ଶ୍ରମିକ, ଶ୍ରମ କାର୍ଯ୍ୟାଳୟ ରେ ଲେବର କାର୍ଡ଼ କରିଥିଲେ । ଶ୍ରମ ବିଭାଗ ର ଆଇନ ଅନୁଯାୟୀ ଯେଉଁ ଶ୍ରମିକ ମାନେ ଲେବର କାର୍ଡ଼ କରି ରେଜିଷ୍ଟେସନ କରିଥିବେ । ଯଦି ସେହି ଶ୍ରମିକଙ୍କ ମୃତ୍ୟୁ ହୁଏ ଶ୍ରମ ଆଇନ ଅନୁଯାୟୀ ସେହି ପିଡ଼ିତା ଙ୍କ ପରିବାର ଲୋକ କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବାର ନିୟମ ରହିଛି । ପଞ୍ଜୀକରଣ କରିଥିବା ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବାରୁ ଶ୍ରମ ଆଇନ ଅନୁଯାୟୀ ସହାୟତା ରାଶି ଆଜି ତାଙ୍କ ସ୍ତ୍ରୀ ପ୍ରତିମା ବୁଡେକ ଙ୍କ ବ୍ୟାଙ୍କ ଜମା ଖାତାରେ ଦୁଇ ଲକ୍ଷ ଟଙ୍କା ଜମା ହୋଇଛି ।
ସହାୟତା ରାଶି ପାଇବା ପାଇଁ କୋଶଲ କମିଟି ଓ ସେବା ଚେରିଟେବୁଲ ଟ୍ରଷ୍ଟ ର ସଦସ୍ୟ ବନମାଳୀ ନାଏକ ଓ ଗିରିରାଜ ଭୋଇ ପିଡ଼ିତା ପରିବାର ଜଣେ ସଦସ୍ୟ ଙ୍କୁ ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ନେଇ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ । ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏପରି ଅସହାୟ ପରିବାର ବର୍ଗଙ୍କୁ ସରକାରୀ ସହାୟତା ମିଳିବାରେ ସହଯୋଗ କରୁଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । (ପାଟଣାଗଡ଼/ ଗୋରେଖନାଥ ବରିହା)
No Result
View All Result