No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ କର୍ମେ ଗାଁ ଗ୍ରାମପଞ୍ଚାୟତ ଅଧିନ ଖମ୍ବପଡ଼ା ଗ୍ରାମର ଅନାଥ ଝିଅ ଜ୍ୟୋତ୍ସ୍ନାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରଶାସନ ସଜାଗ ରହିଛି। କଳାହାଣ୍ଡି ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ସୁଧାଂଶୁ ଶେଖର ମହାପାତ୍ର ଓ ଜୟଶ୍ରୀ ପାଣି ପ୍ରମୁଖ ଖମ୍ବପଡ଼ା ଆସି ଅନାଥ ଝିଅ ଜ୍ୟୋତ୍ସ୍ନା ଓ ତାଙ୍କ ବଡବାପା ମଧୁ ପୁଝାରୀଙ୍କୁ ସାକ୍ଷାତ କରିବା ସହ ସାମାଜିକ ସ୍ଥିତି ଅନୁଧ୍ୟାନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ରାଣୀ ପାତ୍ର, ନର୍ଲା ବିଡ଼ିଓ ଯୁଧିଷ୍ଠିର ନାଏକ,ଡିସିପିଓ ଶୈଳେନ୍ଦୁ ଶେଖର
ମହାପାତ୍ର,ପିଓଆଇସି ବିକାଶ କର, କାଉନସିଲର ଅଂଶୁମାନ ବାବୁ, ନର୍ଲା ସିଡିପିଓ ଦୀପ୍ତିମୟୀ ମାର୍ଗାରେଟ ଖଣ୍ଡପାଣି, କଳାହାଣ୍ଡି ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ସୁଧାଂଶୁ ଶେଖର ମହାପାତ୍ର, ନର୍ଲା ଏଇ ବାସୁଦେବ ମହାରଣା,ବିଏସ୍ଏସ୍ଓ ସଶ୍ମିତା ହୋତା ପ୍ରମୁଖ ଅନାଥ ଝିଅ ଜ୍ୟୋତ୍ସ୍ନା ଓ ତାଙ୍କ ବଡବାପା ମଧୁ ପୁଝାରୀଙ୍କୁ ସାକ୍ଷାତ କରି ଝିଅର ଭବିଷ୍ୟତ ବାବଦରେ ଆଲୋଚନା କରିଥିଲେ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ କୋଭିଡରେ ବାପା ମାଙ୍କ ମୃତ୍ୟୁ ହୋଇଥିଲେ ସରକାରଙ୍କ ଗାଇଡ ଲାଇନ ଆଧାରରେ ରହିଥିବା ଯୋଜନା ବାବଦରେ ବୁଝାଇଥିଲେ। ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ କହିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହ ମଧୁବାବୁ ପେନସନ ଯୋଜନାରେ ୫୦୦ଟଙ୍କା ଓ ଆର୍ଥିକ ପ୍ରୋତ୍ସାହନ ବାବଦରେ ୨ ହଜାର ଟଙ୍କା ସହାୟତା ରାଶି ଅନାଥ ଝିଅ ଜ୍ୟୋତ୍ସ୍ନାକୁ ପ୍ରଦାନ କରାଗଲା ତଥା ଝିଅର ସଂପୂର୍ଣ୍ଣ ପାଠପଢ଼ା ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରକାଶ କରିଥିଲେ। ସୂଚନା ଥାଉକି ଜ୍ୟୋତ୍ସ୍ନାଙ୍କ ବାପା ଜୟଶଙ୍କର ସାତ ମାସ ତଳେ ଓ ମା ସୁମିତ୍ରାଙ୍କ ଚଳିତ ମାସ ୭ ତାରିଖ ଦିନ କୋଭିଡରେ ମୃତ୍ୟୁ ହୋଇଥିଲା। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result