No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ନୟାଗଡ଼ :- ଆଜି ଅପରାହ୍ନରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆହାର କେନ୍ଦ୍ର ନିକଟରେ ଆୟୋଜିତ ଏକ ଭରଚୁଆଲ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରେ ୬ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ଉଦଘାଟନ କରିଛନ୍ତି ।

ଡିଜିଟାଲ ମୋଡ଼ରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଡ. ପୋମା ଟୁଡୁ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଳାର ସମସ୍ତ ପଦସ୍ଥ ଅଧିକାରୀ, ସିଡ଼ିଏମଓ ଡ ଶକ୍ତି ପ୍ରସାଦ ମିଶ୍ର, ଡିଏଫଓ ଡି. ଏଚ. ଡି ଉପସ୍ଥିତ ଥିଲେ ।

ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ ଆଇନ ଭିତରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ଏକ ସୁଖଦ ଜୀବନ ଯାପନ ତଥା ସ୍ୱାସ୍ଥ୍ୟ ପ୍ରଦ ଜୀବନ କାମନା କରିଥିଲେ । (ରିପୋର୍ଟ-ରାମକୃଷ୍ଣ ରଥ)
No Result
View All Result