No Result
View All Result
ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌରପରିଷଦ ରାଜ୍ୟର ରୋଲମଡ଼େଲ ସହରବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗରୁ ସମ୍ଭବ ହୋଇପାରିଛି : ଗୋଷ୍ଠୀ ପାଇଖାନା ନିର୍ମାଣ, ସର୍ବସାଧାରଣ ପାଇଖାନାରେ ନାପକିନ ଭେଣ୍ଡିଂ ମେସିନ ’’
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍,ଶୁକ୍ରବାର ) ହିଞ୍ଜିଳିକାଟୁ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳରୀ ଏକମାତ୍ର ପୌର ପରିଷଦ ତଥା ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖରେ କଳିଙ୍ଗର ବରପୁତ୍ର ତଥା ମହାନ ଜନନାୟକ ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ରାଜନୀତିର ମଙ୍ଗ ଧରିଥିଲେ ତାଙ୍କରି ସୁପୁତ୍ର ନବୀନ ପଟ୍ଟନାୟକ । ୨ଥର ଆସିକା ଲୋକସଭା ଆସନରୁ ନିର୍ବାଚିତ ହେବା ସହ କେନ୍ଦ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଗତ ୨୦୦୦ ମସିହାରେ ପ୍ରଥମ ଥର ଲାଗି ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହାପରେ ସେ ଗତ ୨୦୦୪, ୨୦୦୯, ୨୦୧୪ ମସିହାରେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହେବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଆସିଛନ୍ତି । ୨୦୧୯ ମସିହାରେ ହିଞ୍ଜିଳି ବିଧାନସଭା ଆସନ ସମେତ ବିଜେପୁର ଆସନରୁ ନିର୍ବାଚନ ଲଢିଥିଲେ । ଦୁଇଟି ଆସନରୁ ନିର୍ବାଚିତ ହେବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପୁର ଆସନ ଛାଡ଼ି ହିଞ୍ଜିଳି ଆସନ ରଖିଥିଲେ । ଲଗାତାର ୫ଥର ଭାବେ ଗୋଟିଏ ବିଧାନସଭା ଆସନରୁ ନିର୍ବାଚିତ ହେବା ସହ ଲଗାତାର ୫ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଛନ୍ତି । ଏଥି ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହିଞ୍ଜିଳିବାସୀଙ୍କ ନିକଟରେ ସର୍ମପିତ । ଅନ୍ୟପକ୍ଷରେ ନିଜ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ରହିଥିବା ଯୋଗୁଁ ହିଞ୍ଜିଳିବାସୀ ଗର୍ବିତ ।
ରାଜ୍ୟରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସ୍ଥାନ ସର୍ବଦା ସ୍ୱତନ୍ତ୍ର ହୋଇ ରହି ଆସିଛି । ବିଭିନ୍ନ ବିକାଶ ଓ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ହିଞ୍ଜିଳିକାଟୁ ସର୍ବଦା ଆଗରେ ରହିଛି । ଏହି କ୍ରମରେ ସ୍ୱଚ୍ଛତା କ୍ଷେତ୍ରରେ ମଧ୍ୟ ହିଞ୍ଜିଳିକାଟୁ ପୌରାଂଚଳ ରାଜ୍ୟର ୧ନଂ ସ୍ଥାନ ଅଧିକାର କରିଛି । ଏପରିକି ହିଞ୍ଜିଳିକାଟୁ ପୌର ପରିଷଦ ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟର ରୋଲମଡ଼େଲ ପାଲଟିଛି । ରାଜ୍ୟର ବିଭିନ୍ନ ସହରାଂଚଳର ପ୍ରଶାସନିକ ଅଧିକାରୀ ମାନେ ହିଞ୍ଜିଳିକାଟୁ ପୌର ପରିଷଦକୁ ଆସି ସ୍ୱଚ୍ଛତା କ୍ଷେତ୍ରରେ ଅବଲମ୍ବନ କରାଯାଇଥିବା କାର୍ଯ୍ୟଶୌଳୀକୁ ବୁଲି ଦେଖିବା ସହ ନିଜ ନିଜ ସହରାଂଚଳରେ କାର୍ଯ୍ୟକାରୀ କରୁଥିବାର ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ପୌରାଂଚଳର ସମସ୍ତ ୱାର୍ଡ଼କୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ସଫେଇ, ସହରକୁ ପରିଷ୍କାର, ପରିଚ୍ଛନ୍ନତା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟକ୍ତିଗତ ପାଇଖାନା ନିର୍ମାଣ ସକାଶେ ପୌର ପରରିଷଦ ପକ୍ଷରୁ ସହାୟତା ପ୍ରଦାନ, ଗୋଷ୍ଠୀଗତ ଶୌଚାଳୟ ନିର୍ମାଣ, ସହରର ବିଭିନ୍ନ ଆର୍ବଜନାସ୍ଥଳୀକୁ ସଫେଇ ପରେ ସେଠାରେ ଶିଶୁ ଉଦ୍ୟାନ ନିର୍ମାଣ, ସହରରୁ ଆର୍ବଜନା ସଂଗ୍ରହ କରିବା ପରେ ପୃଥୀକରଣ କରାଯାଇ ରପ୍ତାନି କରାଯିବା ସହ ସେଥିରୁ ଅର୍ଥ ଉର୍ପର୍ଜନ ଭଳି ବହୁ ପଦକ୍ଷେପ ହାତକୁ ନେଇ ହିଞ୍ଜିଳିକାଟୁ ପୌର ପରିଷଦ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିର ବିକାଶ ପାଇଁ ପାଣ୍ଠି ପ୍ରଦାନ କରି ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସଠିକ ଦିଗଦର୍ଶନ ସାଙ୍ଗକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ଆପ୍ରାଣ ଉଦ୍ୟମ ଓ ପୌର କର୍ମଚାରୀଙ୍କ ଦୃଡ ଉଦ୍ୟମ ହିଞ୍ଜିଳିକାଟୁ ପୌର ପରିଷଦକୁ ସର୍ବାଗେ ପଂହଚାଇବାରେ ସଫଳ ହୋଇପାରିଛି ।

ଏଥି ସହ ସ୍ଥାନୀୟ ପରିମଳ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସାଙ୍ଗକୁ ମିଶନ ଶକ୍ତି ଗୋଷ୍ଠୀ ଓ ବୈଷୟିକ କୌଶଳ ପ୍ରୟୋଗ କରି ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌର ପରିଷଦ ରାଜ୍ୟର ରୋଲ ମଡ଼େଲ ସାଜିଛି । ୨୦୧୭ ମସିହା ଅକ୍ଟୋବର ମାସ ୧୮ ତାରିଖରେ ବିଜ୍ଞାପିତ ଅଂଚଳ ପରିଷଦରୁ ପେଯର ପରିଷଦ ଭାବେ ମାନ୍ୟତା ଲାଭ କଲା । ଏହପରେ ଦିନକୁ ଦିନ ଗୋଟାଏ ପରେ ଗୋଟାଏ କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିବା ସହ ରାଜ୍ୟର ଅନ୍ୟାନ ସହରାଂଚଳ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ସହରକୁ ସରସ ସୁନ୍ଦର, ପରିଷ୍କାର ଓ ପରିଛନ୍ନତାରେ ଉନ୍ନତି ଆଣିବା ସକାଶେ ସହରର ୫ଟି ମୁକ୍ତ ମୁତ୍ରାଶୟକୁ ଉଦ୍ୟାନସ୍ଥଳୀରେ ପରିଣତ କରାଯାଇଛି । ସଂପୃକ୍ତ ସ୍ଥଳୀକୁ ଦୈନିକ ସଫେଇ କର୍ମଚାରୀ ମାନଙ୍କ ଦ୍ୱାରା ସଫା କରାଯାଉଛି । ଏଥି ସହ ପ୍ରତ୍ୟେକ ସ୍ଥଳୀକୁ ସୁନ୍ଦର ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି, ଯାହାକି ଲୋକଙ୍କ ମନରେ ଏକ ଭ୍ରମ ସୃଷ୍ଟି କରୁଛି । ସହର ମଧ୍ୟରେ ନିର୍ମିତ ୫ଟି ଗୋଷ୍ଠୀ ଶୌଚାଳୟ ଗୁଡ଼ିକୁ ଅତ୍ୟାଧୁନିକ ସାଜସଜ୍ଜା କରାଯାଇଛି । ପ୍ରତ୍ୟେକ ଗୋଷ୍ଠୀ ଶୌଚାଳୟ ମଧ୍ୟରେ ମହିଳା ମାନଙ୍କ ସକାଶେ ସୁଳଭ ମୂଲ୍ୟରେ ନାପକିନ ଯୋଗାଣ ପାଇଁ ସୁବନ୍ଦୋବସ୍ତ କରାଯାଇଛି । ମହିଳା ମାନେ ଚାହିଁଲେ ୫ଟଙ୍କା କଏନ ବ୍ୟବହାର କରି ନାପକିନ ପାଇପାରିବେ । ଏଥି ସହ ବ୍ୟବହୃତ ନାପକିନକୁ ନଷ୍ଟ କରିବା ସକାଶେ ଆବଶ୍ୟକୀୟ ସୁବିଧା ରହିଛି । ଗୋଷ୍ଠୀ ଶୌଚାଳୟ ମଧ୍ୟରେ ହେୟାର ଡ଼ାଏ, ଦର୍ପଣ, ପାନିଆର ବ୍ୟବସ୍ଥା ମଧ୍ୟ କରାଯାଇଛି । ସହରର ୧୬ଟି ଅବ୍ୟବହୃତ ସ୍ଥାନକୁ (ପୂର୍ବରୁ ସଂପକ୍ତ ସ୍ଥାନରେ ଲୋକେ ଆର୍ବଜନାକୁ ଫୋପାଡ଼ୁଥିଲେ ) ସୌନ୍ଦର୍ଯ୍ୟ କରାଯାଇ ସଂପୃକ୍ତ ସ୍ଥାନରେ ବିଭିନ୍ନ ମୂର୍ତୀ ସ୍ଥାପନ କରାଯାଇଛି । ସହରର ବିଭିନ୍ନ ଆର୍ବଜନାମୟ ସ୍ଥାନକୁ ଚିହ୍ନଟ କରାଯାଇ ସେଠାରେ ସର୍ବସାଧାରଣ ବସିବା ଲାଗି ଚୌକି ପକାଯାଇଛି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ସହର ମଧ୍ୟରୁ ଦୈନିକ ହଜାର ହଜାର ଟନ ଆର୍ବଜନା ସଂଗ୍ରହ ହେଉଥିଲେ ମଧ୍ୟ ସହରର କୌଣସି ସ୍ଥାନରେ ଡ଼ମ୍ପିୟାର୍ଡ଼ ନାହିଁ । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ସାହୁଙ୍କ ପ୍ରଚେଷ୍ଟାରେ ପ୍ରଥମେ ହିଞ୍ଜିଳିକାଟୁ ପୌରାଂଚଳରେ ଥିଲେ ଦିଅ – ନଥିଲେ ନିଅ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଲୋକେ ନିଜ ନିଜ ଅବୃବହୃତ ଭଲ ପୋଷାକ ଗୁଡ଼ିକୁ ସଂପୃକ୍ତ କେନ୍ଦ୍ରରେ ଜମା କରୁଥିଲେ ମଧ୍ୟ ବହୁ ପୋଷାକ ଗୁଡ଼ିକୁ ଲୋକେ ନୋ ଲାଗି କୁଣ୍ଠାବୋଧ କରୁଥିଲେ । ପରେ ମୋ ପୋଷାକ ହବ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ।

ସଂପୃକ୍ତ କେନ୍ଦ୍ରରୁ ପୋଷାକ ଗୁଡ଼ିକୁ ଆଣିବା ପରେ ମିଶନ ଶକ୍ତି ମହିଳା ମାନଙ୍କୁ ନିଯୁକ୍ତି କରାଯାଇ ପୋଷାକ ଗୁଡ଼ିକୁ ସଫା ପରେ ଆଇରନ କରାଯାଇ ପ୍ୟାକିଂ କରାଯାଇ ମୋ ପୋଷାକ ହବରେ ରଖାଯାଉଚି । ପରେ ସେହି ପୋଷାକୁ ସହରର ବିଭିନ୍ନ ଗରୀବ ଶ୍ରେଣୀର ଲୋକଙ୍କ ମଧ୍ରରେ ବଂଟନ କରାଯାଉଛି । ସହରକୁ ନୋ ପ୍ଳାଷ୍ଟିକ ଜୋନ ଭାବେ ଘୋଷଣା କରାଯାଇଛି । ସହରର କୌଣସି ବ୍ୟବସାୟିକ କେନ୍ଦ୍ରରେ ପଲିଥିନ୍ ବ୍ୟବହାରକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ସହରର ପ୍ରତ୍ୟେକ ୱାର୍ଡ଼ର ଜନସାଧାରଣଙ୍କ ବାସଭବନ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରୁ ଅଳିଆ ସଂଗ୍ରହ ଯାନ ମାଧ୍ୟମରେ ଆବର୍ଜନା ସଂଗ୍ରହ କରାଯାଉଛି । ସଂପୃକ୍ତ ଆର୍ବଜନାକୁ ଅଣୁ ଜୈବିକ କେନ୍ଦ୍ର (ଏମସିସି) ଓ ବର୍ଜ୍ୟବସ୍ତୁ ପୃଥିକରଣ ବ୍ୟବସ୍ଥା (ଏମଆରଏଫ) କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ସଂପୃକ୍ତ କେନ୍ଦ୍ରରେ କଠିନ ବର୍ଜ୍ୟବସ୍ତୁକୁ ଅଲଗା କରାଯାଇ କାଚ, ପ୍ଳାଷ୍ଟିକ, ଆଟା, ପଲିଥିନକୁ ପୃଥକ କରାଯାଇ ରାଜଗାଙ୍ଗପୁର ସିମେଂଟ କାରଖାନାକୁ ରପ୍ତାନି କରାଯାଉଛି । ପନିପରିବା ଚୋପା, ପାଚିଲା ଫଳ ଭଳି ଜିନିଷରୁ ଜୈବିକ ଖତ ପ୍ରସ୍ତୁତ କରାଯାଇ ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କୁ ସୂଲଭ ଭୁଲ୍ୟରେ ଯୋଗାଇ ଦିଆଯାଉଛି । ମୋ ଖତକୁୂ ବିକ୍ରି କରାଯାଇ ପ୍ରାୟ ୧ ଲକ୍ଷ ୪୦ ହଜାର ଟଙ୍କା ପୌର ପରିଷଦ ଆୟ କରିଛି । ସେହିପରି କଠିନ ବର୍ଜ୍ୟବସ୍ତୁୁ ବିଭିନ୍ନ କ୍ମପାନୀକୁ ବିକ୍ରି କରାଯାଇ ସେଥିରୁ ପୌର ପରିଷଦ ଗତ ୫ ମାସ ମଧ୍ୟରେ ୭୦ ହଜାରରୁ ଉଦ୍ଧ୍ର୍ ଟଙ୍କା ଆୟ କରିପାରିଛି । ବାହ୍ୟ ମଳମୁକ୍ତ ଅଂଚଳ ଭାବେ ହିଞ୍ଜିଳିକାଟୁ ପୌର ପରିଷଦ ଗତ ୨୦୧୭ ଓ ୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହେବାରେ ଗୌରବ ଲାଭ କରିଛି । ସହରବାସୀଙ୍କ ସମ୍ପୁର୍ଣ୍ଣ ସହଯୋଗ, ପୌର କର୍ମଜାରୀ ଓ ମିଶନ ଶକ୍ତି ମହିଳା, ସଫେଇ କର୍ମଚାରୀଙ୍କ ସମ୍ପୁର୍ଣ୍ଣ ସହଯୋଗରୁ ସ୍ୱଚ୍ଛତା କ୍ଷେତ୍ରରେ ହିଞ୍ଜିଳିକାଟୁ ପୌର ପରିଷଦ ରାଜ୍ୟର ୧ନଂ ସ୍ଥାନ ଅଳଙ୍କୃତ କରିବା ସହ ରାଜ୍ୟର ରୋଲ ମଡ଼େଲ ହୋଇ ପାିଛି ବୋଲି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result