No Result
View All Result
ପୁରୀ ଜଗନ୍ନାଥଙ୍କ ର ୧୬ କଳା ରୁ ଗୋଟିଏ କଳା ରଣପୁର ଜଗନ୍ନାଥ ମନ୍ଦିରରେ ପୂଜା ପାଉଛନ୍ତି । ଯଦି ୧୫ କଳା ଥିବା ପୁରୀରେ କୋଭିଡ ଗାଇଡ଼ ଲାଇନ ଅନୁସାରେ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ତେବେ ଏକ କଳା ଥିବା ରଣପୁର ରେ କାହିଁକି ହେବ ନାହିଁ ମହାପ୍ରଭୁଙ୍କ ରଥଯାତ୍ରା ..?
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁନ ଗୁରୁବାର) ରଣପୁର ,ଅଭିମନ୍ୟୁ ମହାରଣା :- ରଣପୁର ରେ ରଥ ଯାତ୍ରା ପାଇଁ ସାଧାରଣ ରେ ଦାବି, ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ରଣପୁର ର ଜନ ସାଧାରଣ । ପୁରୀ ଜଗନ୍ନାଥଙ୍କର ୧୬ କଳାରୁ ଗୋଟିଏ କଳା ରଣପୁର ଶ୍ରୀମନ୍ଦିର ରେ ପୂଜା ପାଉଛନ୍ତି, ତଥା ବହୁ ବର୍ଷ ଧରି ଧୁମ ଧାମ ରେ ପୁରୀ ରଥ ଯାତ୍ରା ଭଳି ରଣପୁର ରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ , ତେଣୁ ମହାମାରୀ ସମୟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇ କୋଭିଡ ଗାଇଡ଼ ଲାଇନ ଅନୁସାରେ ରଥଯାତ୍ରା ପାଳନ ନିମନ୍ତେ ଦାବି କରାଯିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।
ପୁରୀ ରେ ବିନା ଭକ୍ତ ରେ ତିନି ଠାକୁରଙ୍କୁ ରଥାରୂଢ କରାଯାଇ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥ ନିର୍ମାଣ ଏବଂ ରଥଯାତ୍ରା ଅନୁଷ୍ଠିତ କୁ ନେଇ ସରକାର କୁଣ୍ଠାବୋଧ କରୁଥିବା ଦେଖାଦେଇଛି । ରାଜ୍ୟ ସରକାର ଙ୍କ ନିୟମାନୁସାରେ ଚଳିତ ବର୍ଷ ପୁରୀ ବିନା ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇ ପାରିବ ନାହିଁ ବୋଲି ସରକାର ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତି ବର୍ଷ ରଣପୁର ରେ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ମହାପ୍ରଭୁ ଙ୍କ ତିନି ରଥ ନିର୍ମାଣ କରାଯାଇ ତିନି ଠାକୁର ରଥାରୂଢ ହୋଇ ମାଉସୀ ମାଆ ମନ୍ଦିର ଅଭିମୁଖେ ନବ ଦିନ ଧରି ଯାତ୍ରା କରି ଆସୁଥିଲେ ଏତଦ ବ୍ୟତୀତ ହଜାର ହଜାର ଭକ୍ତ ଗହଳି ରେ ଅନୁଷ୍ଠିତ ହେଉଥିବା ରଣପୁର ରଥ ଯାତ୍ରା କୁ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ କରାଯିବା ପାଇଁ ଦାବି ହେଉଥିବା ଜଣା ଯାଉଛି ।
ତେବେ ଗତ ବର୍ଷ ରଥ ନିର୍ମାଣ କରାଯାଇ କରୋନା ମହାମାରୀ ପାଇଁ ତଥା କୋଭିଡ଼ ସଂକ୍ରମଣ ବୃଦ୍ଧି ଯୋଗୁଁ ଶ୍ରୀ ଜୀଉ ଙ୍କ ର ନବ ଦିନ ଯାତ୍ରାକୁ ବନ୍ଦ କରାଯାଇଥିଲା । ହେଲେ ଚଳିତ ବର୍ଷ ରଥଯାତ୍ରା କୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ରେ ରୋକ ଲଗାଇଛନ୍ତି ସରକାର । ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ସେନା ପକ୍ଷରୁ ଏହା ସୂଚନା ଦିଆଯାଇଛି କି ; ରଣପୁର ରେ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ରଣପୁର ର ସମସ୍ତ ସଂଘ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯିବ । ରଣପୁର ରେ ରଥଯାତ୍ରା ପାଳିତ ହେବା ପାଇଁ ସାଧାରଣ ମହଲରୁ ମଧ୍ୟ ଦାବି ହୋଇଛି । ଖାଲି ଜନ ସାଧାରଣ ନୁହେଁ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥଯାତ୍ରା କରିବା ନିମନ୍ତେ ଅନୁମତି ପ୍ରଦାନ କରିବାକୁ ରାଜ୍ୟ ସରକାର ଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ।
ତେବେ ସୂଚନା ଥାଉ କି , ଗତ ବର୍ଷ ସାମ୍ବାଦିକ ସଙ୍ଘ ର ଦାବି ଅନୁସାରେ ଜିଲ୍ଲାପାଳ ଙ୍କ ଗୋଚାର୍ଥେ ରଥ ନିର୍ମାଣ କାର୍ଯ୍ୟ କରାଯାଇଥିଲା । ହେଲେ ଚଳିତ ବର୍ଷ ରଥ ନିର୍ମାଣ ନିମନ୍ତେ କୌଣସି ଅନୁମତି ନମିଳିଥିବାରୁ ରଣପୁର ର ସମସ୍ତ ସଂଘ ପକ୍ଷରୁ ସରକାର ଙ୍କ ନିକଟରେ ଦାବି କରାଯିବ ବୋଲି ଜଣା ଯାଇଛି । ଶୁକ୍ରବାର ଦିନ ୧୦ ଟାରେ ରଣପୁର ବରିଷ୍ଠ ବୁଦ୍ଧିଜୀବୀ ମହଲ ଓ ଜଗନ୍ନାଥ କମିଟି , ମଠ ମହନ୍ତ ବୃନ୍ଦ , ବ୍ୟବସାୟୀକ ସଂଘ , ବଣିକ ସଂଘ ଓ ରଣପୁର ର ଓକିଲ ସଂଘ ପକ୍ଷରୁ ରଣପୁର ର ମାଉସୀ ମା ମନ୍ଦିର ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହେବାକୁ ଯାଉଅଛି । ତେବେ ରାଜ୍ୟସରକାର , ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରାଯିବ । ବିଧାୟକ ତଥା ଜଗନ୍ନାଥ ମନ୍ଦିର କମିଟି ର ସଭାପତି ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର , ପ୍ରିୟବ୍ରତ ପ୍ରହରାଜ , ମନୋରଞ୍ଜନ ଷଡ଼ଙ୍ଗୀ ,ଇତ୍ୟାଦି ରାଲିର ନେତୃତ୍ୱ ନେବେ । ( ମନୋରଞ୍ଜନ ଷଡ଼ଙ୍ଗୀ )
No Result
View All Result