No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ଚାନ୍ଦପୁର ,ଅଭିମନ୍ୟୁ ମହାରଣା :- ବର୍ତ୍ତମାନ ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଚମ୍ପାଗଡ଼ ନିକଟରେ ଗଂଜାମ ରୁ କୋଲକାତା ଅଭିମୁଖେ ହାଇଡ୍ରୋକ୍ଲୋରାଇଡ଼ ଏସିଡ ନେଇ ଏକ ଟ୍ୟାଙ୍କର ଯାଉଥିବା ବେଳେ ଟାଙ୍କି ର ଏକ ଭଲବ କଟି ଯିବାରୁ ଟାଙ୍କିରେ ଥିବା ଲିକ ହୋଇ ସମଗ୍ର ଅଂଚଳରକୁ ଆଚ୍ଛାଦିତ କରିଛି,ଯାହା ଦ୍ୱାରା ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଘଟଣା ସ୍ଥଳରେ ଟାଙ୍ଗି ଅଗ୍ନିଶମ ବାହିନୀ ପହଞ୍ଚି ଟାଙ୍କି ଉପରେ ପାଣି ସିଞ୍ଚନ କରି ଏସିଡ ଲିକ କୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚମ୍ପାଗଡ଼ ଗ୍ରାମ ପଞ୍ଚାୟତ ୧୬ ନ°ମ୍ବର ଜାତୀୟ ରାଜପଥ ଓସକାଇ ଖୋଲ ଛକ ନିକଟରେ ଏସିଡ୍ ଟ୍ୟାଙ୍କର ଭାଲବ୍ ରୁ ଏସିଡ୍ ଲିକ୍ ।
ଜାତୀୟ ରାଜପଥ ଧୂଆଁ ମୟ । ବ୍ରହ୍ମପୁର ରୁ କଲିକତା ଅଭିମୁଖେ ଟ୍ୟାଙ୍କର ଯାଉଥିଲା । ଗାଡ଼ି ଚାଳକ ର ମିଳୁନାହିଁ ସ°ନ୍ଧାନ । ରଣପୁର , ଟାଙ୍ଗୀ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଧୂଆଁ କୁ ଆୟତ୍ତ ପାଇଁ ଉଦ୍ୟମ ଚଲାଇଛନ୍ତି । ଜାତୀୟ ରାଜପଥ ରେ ଗାଡ଼ି ଚଳାଚଳ ବନ୍ଦ ରହିଛି ।
No Result
View All Result