No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବିକାଶ ଧାରା ବଜାୟ ରଖିବା ପାଇଁ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି।ଜନ ସାଧାରଣଙ୍କ ଆର୍ଥିକ ଅଭିବୃଦ୍ଧି ସକାଶେ ଗୁରୁତ୍ୱ ପ୍ରଦାନ କରି ଆବଶ୍ୟକତା ଅନୁସାରେ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ୫ଟି ତଥ୍ୟ ଜରିଆରେ ଉଚ୍ଚ ବିଦ୍ୟାଳୟ ଗୁଡିକରେ ବ୍ୟାପକ ପୁନର୍ଗଠନ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଆରମ୍ଭ କରି ସ୍ଥାନୀୟ ବ୍ଳକରେ ତ୍ୱରାନ୍ୱିତ କରିବା ପାଇଁ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଦେଇଛନ୍ତି।ଏହି କ୍ରମରେ ସ୍ଥାନୀୟ ବ୍ଳକ ଓ ପୋୖରାଞ୍ଚଳକୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପଦସ୍ଥ ଉଚ୍ଚ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଗସ୍ତ କରି କାର୍ଯ୍ୟ ତଦାରଖ କରୁଛନ୍ତି।
ଏହି ପରି ପ୍ରେକ୍ଷୀରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉ ସାହେବ ଗୁରୁବାର ହିଞ୍ଜିଳି ଗସ୍ତରେ ଆସି ୩ ଟି ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରି ପର୍ଯ୍ୟବେକ୍ଷଣ କରିଥିଲେ।ହିଞ୍ଜିଳି ବ୍ଳକର ଦୟାପଲ୍ଲୀ,ଦୁର୍ବନ୍ଧ ଓ ସାରୁ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସମେତ ଦୁର୍ବନ୍ଧରେ ବର୍ଯ୍ୟବସ୍ତୁ ପୃଥକୀ କରଣ ଓ ପ୍ରକ୍ରିୟା କରଣ କେନ୍ଦ୍ରର କାର୍ୟନ୍ଵୟନ ଓ ସାରୁରେ ନିର୍ମାଣାଧୀନ ଥିବା ଗାଈ ଗୋରୁ ରହଣୀ ସ୍ଥଳର ଅଗ୍ରଗତି ସମ୍ପର୍କରେ ଆଲୋଚନା ଓ ତଦାରଖ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ( ପ୍ରୋବେସନ ) ମଧୁମିତା, ବିଡ଼ିଓ ସୁବ୍ରତ କୁମାର ଜେନା,ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର,ରାମହରି ଶର୍ମା,ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଇ.ଶଙ୍କର ରାଓ ଓ ଏସ. ରାଜେଶଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମତିସଭ୍ୟ, ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result