No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ବ୍ରହ୍ମପୁର :- କୋଭିଡ ରୋଗରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସ୍ବର୍ଗତ ପ୍ରଶାନ୍ତ କୁମାର ସାହୁଙ୍କ ୮ବର୍ଷ ର ଗୋଟିଏ ଛୁଆ ଏବଂ ସ୍ତ୍ରୀଙ୍କୁ ନିଜ କାର୍ଯ୍ୟାଳୟର ସହ କର୍ମଚାରୀ ମାନେ ସହାୟତାର ହାତ ବଢାଇ ମାନବିକତାର ପରିଚୟ ଦେଇଛନ୍ତି । ପ୍ରକାଶ ଥାଉକି ସ୍ବର୍ଗତ ସାହୁ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନ (ଆଇ ଟି ଆଇ)ରେ ଫିଟର ଟ୍ରେଡ୍ ରେ ଦୀର୍ଘ ଆଠ ବର୍ଷ ଧରି ପାର୍ଟ ଟାଇମ ଗେଷ୍ଟ ଇନଷ୍ଟ୍ରକଟର (ପିଟିଜିଆଇ) ରୂପେ କାର୍ଯ୍ୟ କରି ଆସୁଥିଲେ । ସେ ଚଳିତ ମାସ ରେ କୋଭିଡ ରୋଗରେ ପଡି ଶୀତଳାପଲ୍ଲୀ ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ୫ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ ।
ବାପ ଛେଉଣ୍ଡ ୮ ବର୍ଷର ଛୁଆ ଓ ବିଧବା ସ୍ତ୍ରୀକୁ ସହାୟତାର ହାତ ବଢାଇଛନ୍ତି ସେହି ଅନୁଷ୍ଠାନର ଅଧ୍ୟକ୍ଷ ଡ ରଜତ କୁମାର ପାଣିଗ୍ରାହୀ ଏବଂ ଅନ୍ୟ କର୍ମଚାରୀ ମାନେ । ସମସ୍ତେ କିଛି କିଛି ଅର୍ଥ ସାହାଯ୍ୟ କରି ମୋଟ ୨ଲକ୍ଷ ୩୫ହଜାର ର ସହାୟତା ରାଶି ତାଙ୍କ ପୁଅ ନାମରେ ଫିକ୍ସ୍ରଡ ଡିପୋଜିଟ କରିଛନ୍ତି ଯାହା ୧୦ବର୍ଷ ପରେ ଦୁଇ ଗୁଣ ହେବ। ଏହି ମହାନ୍ କାର୍ଯ୍ୟ ପାଇଁ ଚାରିଆଡେ ପ୍ରଶଂସା ର ସୁଅ ଛୁଟୁଛି ।ଏହି ପରି ସହାୟତାର ହାତ ବଢାଇବା ଦ୍ବାରା ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ମାନେ ତାଙ୍କ ଅନୁଷ୍ଠାନରେ ମୃତ୍ୟୁ ବରଣ କରୁଥିବା କର୍ମଚାରୀ ମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ଅନୁପ୍ରାଣିତ ହେବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଡ ରଜତ କୁମାର ପାଣିଗ୍ରାହୀ କହିଛନ୍ତି । ( ରିପୋର୍ଟ ଶେଷଦେବ ସାହୁ )
No Result
View All Result