No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) ଓଡ଼ଗାଁ :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ଭାଲିଆଡିହି ଗ୍ରାମରୁ ୯ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଓଡ଼ଗାଁ ପୋଲିସ ସହାୟତାରେ ଛତିଶଗଡ଼ ପୋଲିସ ଗିରଫ କରିଛି । ଛତିଶଗଡ ପୋଲିସ ତାଙ୍କ ଘରୁ ଉଠାଇ ଆଣି ସ୍ବାସ୍ଥ୍ୟ ପରୀକ୍ଷା କରିଛି । ଯୁବକ ଜଣକ ହେଲେ ଭାଲିଆଡିହି ଗ୍ରାମର ରୁଦ୍ର ମାଧବ ମହାନ୍ତି , ବୟସ (୨୮) । ରୁଦ୍ରମାଧବ ଛତିଶଗଡ଼ର କୈାଣସି ଏକ ଘରୋଇ ବ୍ୟାଙ୍କ ତଥା ଅର୍ଥ ଲଗାଣକାରୀ ସଂସ୍ଥାରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ ।
ଏବେ ୨ ମାସ ହେବ ସେ ଗାଁ କୁ ଆସିଥିଲେ । ସେଠାରେ ସେ ବିଭିନ୍ନ ଜମାକର୍ତ୍ତାଙ୍କ ଜମାଖାତାରୁ ୯ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହେବାପରେ ଛତିଶଗଡ଼ରୁ ଏକ ୧୦ ଜଣିଆ ପୋଲିସ ଟିମ୍ ଛତିଶଗଡ଼ରୁ ଓଡ଼ିଶା ଆସି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ସହଯୋଗ ନେଇଥିଲେ । ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞା ପରମିତା ଜେନାଙ୍କ ନେତୃତ୍ବରେ ଓଡ଼ଗାଁ ଥାନା ପୋଲିସ ଭାଲିଆଡିହି ଗ୍ରାମରୁ ରୁଦ୍ର ମାଧବଙ୍କୁ ଧରିବା ସହିତ ତା’ର ଲାପଟପ୍ ଜବତ କରି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result