No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୭ ଜୁନ ,ଗୁରୁବାର ) କଳାହାଣ୍ଡି :- ଭାରତର ଅଗ୍ରଣୀ ମେଟାଲର୍ଜିକାଲ୍ ଗ୍ରେଡ୍ ନିର୍ମାତା ବେଦାନ୍ତ ଲିମିଟେଡ୍ ଏହି ମହାମାରୀ ସମୟରେ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଥିବା ସ୍ଥାନୀୟ ମହିଳାମାନଙ୍କୁ ସହାୟତା ଲାଗି ବେଦାନ୍ତ ପକ୍ଷରୁ ‘ସଶକ୍ତି ସୁବିଧା କେନ୍ଦ୍ର’ ଉଦଘାଟିତ ହୋଇଯାଇଛି । ଏହି ‘ସଶକ୍ତି ସୁବିଧା କେନ୍ଦ୍ର’ର ଉଦ୍ଦେଶ୍ୟ ହେଉଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଉତ୍ପାଦ ଯଥା ହଳଦୀ, ରାଗି, ବିଭିନ୍ନ ମସଲା, ଡ୍ରାଏ ସ୍ନାକସ, ମୁଢି, ଶସ୍ୟ, ଚାଉଳ, ପେପର ପ୍ଲେ. ଫିନାଇଲ, ଫୁଲ ଝାଡ଼ୁ ଇତ୍ୟାଦିର ବିପଣନ ତଥା ବିକ୍ରି ବ୍ୟବସ୍ଥା କରାଇବା । ଆଲୁମିନା ବିଜିନେସର ଡେପୁଟି ସିଇଓ ଶ୍ରୀ ଜି.ଜି ପାଲଙ୍କ ସହିତ ଜାଭେଦ ଖାନ, ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର, ଲାଞ୍ଜିଗଡ଼ ଏହି ‘ସଶକ୍ତି ସୁବିଧା କେନ୍ଦ୍ର’ର ଉଦଘାଟନ କରିଥିଲେ । ଏହି କେନ୍ଦ୍ରଟି ସଶକ୍ତି କରଣ ପାଇଁ ବେଦାନ୍ତର ସଖୀ ପ୍ରକଳ୍ପ ସଂଯୁକ୍ତ ସଂସ୍ଥା ଶକ୍ତିମୟୀ ଫାଉଣ୍ଡେସନ ଆନୁକୁଲ୍ୟରେ ବେଦାନ୍ତ ଦ୍ୱାରା ଚମ୍ପାଦେଇପୁର, ଲାଞ୍ଜିଗଡ଼ରେ ସ୍ଥାପିତ ହୋଇଛି ।
ଏହାର ଉଦ୍ଦେଶ୍ୟ ହେଉଛି କୋଭିଡ-୧୯ ସମୟରେ ଦେଖାଦେଉଥିବା ଆହ୍ୱାନର ମୁକାବିଲା ସହ ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା । ବେଦାନ୍ତ ଲାଞ୍ଜିଗଡ଼ ଆଖପାଖର ୪୪ଟି ଗ୍ରାମରେ ୩୦୦୦ରୁ ଉର୍ଦ୍ଧ୍ୱ ଏସଏଚଜି ସଦସ୍ୟଙ୍କୁ ଏଥିରେ ସହାୟତା ଯୋଗାଇ ଦିଆଯିବା ଲାଗି ଲକ୍ଷ୍ୟ ରଖାଯାଇଛି । ଏହି ପଦକ୍ଷେପ ସଂପର୍କରେ ଆଲୁମିନା ବିଜିନେସର ଡେପୁଟି ସିଇଓ ଶ୍ରୀ ଜି.ଜି ପାଲ କହିଛନ୍ତି ଯେ “ବେଦାନ୍ତ ଲାଂଜିଗଡ଼ ସର୍ବଦା ଗୋଷ୍ଠୀ ସମୁହର ଉନ୍ନତି ପାଇଁ କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ଉପଯୁକ୍ତ ଜ୍ଞାନ ଓ ସମୟାନୁବର୍ତିତା ସମ୍ବନ୍ଧରେ ସୂଚନା ଦେଇ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବାକୁ ଚେଷ୍ଟା କରୁଛି । ଲାଞ୍ଜିଗଡ଼ ଆଖପାଖରେ ବସବାସ କରୁଥିବା ମହିଳା ଏସଏଚଜି ସଦସ୍ୟ ନିଜକୁ ସ୍ୱାବଲମ୍ବୀ କରିବା ସୁଯୋଗ ପାଇବେ ଓ ଆର୍ଥିକ କ୍ଷେତ୍ରରେ ନିଜକୁ ସ୍ୱଛଳ କରାଇପାରିବେ । ଆମର ଶକ୍ତି ସୁବିଧା କେନ୍ଦ୍ର ଉତ୍ସାହୀ ମହିଳା ଉଦ୍ୟୋଗୀଙ୍କ ନିମନ୍ତେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବିପଣନ ଓ ବିକ୍ରି ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ଯଦ୍ୱାରା ସେମାନ ଏହି ମହାମାରୀ ସମୟରେ ନିଜ ତଥା ପରିବାରକୁ ସହାୟତା କରିପାରିବେ । ବେଦାନ୍ତର ଏହି ପ୍ରୟାସକୁ ପ୍ରଶଂସା କରି ଜାଭେଦ ଖାନ, ବ୍ଲକ ପ୍ରୋଗ୍ରାମ କୋଅର୍ଡିନେଟର, ଲାଞ୍ଜିଗଡ଼ କହିଛନ୍ତି ଯେ ବେଦାନ୍ତ ଓ ଶକ୍ତିମୟୀ ଫାଉଣ୍ଡେସନର ଏହି ଉଲ୍ଲେଖନୀୟ ଭୂମିକା ପାଇଁ ମୁଁ ଖୁବ ଆନନ୍ଦିତ । ଏହା ଦ୍ୱାରା ଲାଞ୍ଜିଗଡ଼ର ମହିଳାମାନେ ନିଜକୁ ସ୍ୱାବଲମ୍ବୀ କରିବାକୁ ସୁଯୋଗ ପାଇବେ । ଏହି କେନ୍ଦ୍ର ମଧ୍ୟ ସେମାନଙ୍କୁ ମାର୍କେଟିଂ ସୁବିଧା ଯୋଗାଇ ଦେବ । ବର୍ତମାନର ମହାମାରୀ ସମୟରେ ସେମାନେ ନିଜକୁ ଅସହାୟ ମନେ ନକରି ନିଜ ତଥା ପରିବାରର ଉନ୍ନତି ଲାଗି ସମର୍ଥ ହୋଇ ପାରିବେ ।
ବେଦାନ୍ତ ଲାଞ୍ଜିଗଡ଼ ମହିଳା ସଶକ୍ତିକରଣ ପ୍ରୟାସର ଅଂଶ ସ୍ୱରୂପ ମହିଳାଙ୍କ ଲାଗି ବହୁ ଜୀବିକା ନିର୍ବାହ ପନ୍ଥା, ଦକ୍ଷତା ବିକାଶ ଓ ଦକ୍ଷତା ନିର୍ମାଣ ସୁଯୋଗ ପ୍ରଦାନ କରି ଆସୁଛି । କମ୍ପାନି ପକ୍ଷରୁ ମଧ୍ୟ କେତେକ ନୂଆ ପଦକ୍ଷେପ ଯଥା ଛତୁ ଚାଷ, ମୋ ବଗିଚା କାର୍ଯ୍ୟକ୍ରମ ଅଧିନରେ ଉଦ୍ୟାନ, ସଉରା ଆଦିବାସୀ କଳାର ପୁନର୍ଜିବିତ ବ୍ୟବସ୍ଥା, ବାୟୋ ଫ୍ଲୋକ ପ୍ରଣାଳୀ ଜରିଆରେ ମାଛ ଚାଷ ଇତ୍ୟାଦି ପାଇଁ ସହାୟତା ଯୋଗାଇ ଦେଉଛି । ଗତ ବର୍ଷ ଲକଡାଉନ ସମୟରେ ଏହି ସବୁ ଏସଏଚଜିଗୁଡ଼ିକୁ ତାଲିକାଭୁକ୍ତ କରାଯାଇଥିଲା ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କକୁ ଲୋକମାନଙ୍କ ମଧ୍ୟରେ ବଂଟାଯାଇଥିଲା । ବର୍ତମାନ ପରିସ୍ଥିତିରେ ଏହା ଆୟର ଏକ ବିକଳ୍ପ ଉତ୍ସ ହୋଇ ପାରିଛି । ବେଦାନ୍ତର ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଜୀବିକା ନିର୍ବାହ ପନ୍ଥା, ମହିଳା ସଶକ୍ତିକରଣ, ଗୁଣମାନର ଶିକ୍ଷା, ସ୍ୱାସ୍ଥ୍ୟ, ପାଣି ଓ ପରିଚ୍ଛନ୍ନତା, ଜୈବ ନିବେଶ ଓ ଗୋଷ୍ଠୀ ପୁନଃନିର୍ମାଣ କାର୍ଯ୍ୟ ରହିଛି, ଯେଉଁଥିରେ ଲାଞ୍ଜିଗଡ଼ର ମୋଟ୍ ୬୯ ଟି ଗ୍ରାମକୁ ସାମିଲ୍ କରାଯିବା ସହିତ ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ବହୁତ ଗୁଡ଼ିଏ ବିକାଶମୂଳକ କାର୍ଯ୍ୟ କରାଯାଉଛି । ଏହା ୩୦୫ ଟି ସ୍ୱୟଂ ସହାୟକ ଗୋଷ୍ଠୀରେ ୩୦୦୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସଶକ୍ତିକରଣ କରାଇ ପାରିଛି । ବାର୍ଷିକ ପ୍ରାୟ ୩୦୦୦୦ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ୨୮୦୦ ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତା, ଗୋଷ୍ଠୀ ମଧ୍ୟରେ ୫.୪ ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ରୋପଣ ଓ ଗୋଷ୍ଠୀ ସ୍ତରରେ ୫୦୦ ରୁ ଅଧିକ ଭିତିଭୂମିମୂଳକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିଛି । ବେଦାନ୍ତ ହେଉଛି ଭାରତର ଏକ ବୃହତ ଆଲୁମିନିୟମ ନିର୍ମାତା ଏବଂ ମେଟାରଲଜିକାଲ୍ ଗ୍ରେଡ୍ ଆଲୁମିନାର ଅଗ୍ରଣୀ ନିର୍ମାତା । ଏହି କମ୍ପାନୀ ଲାଞ୍ଜିଗଡ଼ (କଳାହାଣ୍ଡି ଜିଲ୍ଲା, ଓଡ଼ିଶା) ରେ ଗତ ୨୦୦୭ ଠାରୁ ଭାରତ ପାଇଁ ଦୁଇ ଏମଟିପିଏ ଆଲୁମିନା ରିଫାଇନାରି ଉତ୍ପାଦନ କରୁଛି ଏବଂ ଏହା ମଧ୍ୟ ୯୦ ମେଗାୱାଟର କ୍ୟାପଟିଭ୍ ପାୱାର ପ୍ଲାଂଟ ପରିଚାଳନା କରୁଛି ।
No Result
View All Result