ନୟାଗଡ଼ (ଓଡିଶା ତାଜାନ୍ୟୁଜ୍ ) ନୟାଗଡ଼ 21.3.2020 :- ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ । କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଏଥିସହିତ ରାଜ୍ୟ ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି । ମାର୍ଚ୍ଚ ୨୨ ତାରିଖ ରବିବାର ଦିନ ନିର୍ଦ୍ଧାରିତ ସମୟରେ ଘରୁ ନବାହାରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । କରୋନା ଭୂତାଣୁକୁ ନେଇ ନୟାଗଡ଼ବାସୀ ଭୟଭୀତ ନହେବା ପାଇଁ ନୟଗାଡ଼ର ସମସ୍ତ ଜିଳ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ ସାହୁୁ ।
ସମସ୍ତେ ସଚେତନ ହେବା ସହିତ ସାମାଜିକ ଦୂରତା ଅବଲମ୍ବନ କଲେ କରୋନା ଭୂତାଣୁ କ୍ଷତି କରି ପାରିବ ନାହିଁ ବୋଲି ସେ କହିଛନ୍ତି । ଏଥିସହିତ ମନ୍ତ୍ରୀ ବାହାର ରାଜ୍ୟ ତଥା ଦେଶରୁ ଆସୁଥିବା ପ୍ରତ୍ୟକ ନାଗରିକ ସରକାରଙ୍କ ନିୟମକୁ ମାନି ନାମ ପଞ୍ଜିକରଣ କରିବା ପାଇଁ ନିବେଦନ କରିଛନ୍ତି ।