No Result
View All Result
ରଣପୁରର ଗର୍ବ ଗୌରବ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟକେନ୍ଦ୍ର

ଓଡ଼ିଶା ତାଜା ନ୍ୟୁଜ (୧୭ ଜୁନ ଗୁରୁବାର) ରଣପୁର ,ରିପୋର୍ଟ ଅଭିମନ୍ୟୁ ମହାରଣା :- ରଣପୁରର ଗର୍ବ ଗୌରବ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟକେନ୍ଦ୍ର, ଚାନ୍ଦପୁରର ଉନ୍ନତି ନିମନ୍ତେ ବିଧାୟକ ସତ୍ୟନାରାୟଣ ପ୍ରଧାନ ନିର୍ବାଚିତ ହେବାପରେ ତା୦୪.୧୧.୨୦୧୯ ରିଖରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏକ ବୈଠକ କରାଇଥିଲେ । ଏଥିରେ ସି.ଡ଼ି.ଏମ୍.ଓ ଓ ସ୍ୱାସ୍ଥ୍ୟ ବିଭାଗର ଉପରିସ୍ଥ ଅଫିସରମାନେ ଯୋଗ ଦେଇଥିଲେ । ସରକାରଙ୍କ ପତ୍ରସଂଖ୍ୟା ୧୦୫୧୭ ତା୨୫.୦୩.୨୦୧୩ ରିଖ ଅନୁଯାୟୀ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଯାହାକି ଟି.ବି. ହସ୍ପିଟାଲ ରୂପେ ପୂର୍ବରୁ କାର୍ଯ୍ୟ କରୁଥିଲା, ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଚାନ୍ଦପୁରଠାରେ ଏକ ସଭାରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୦୦ ଶଯ୍ୟା ବିଶିଷ୍ଟ ଜେନେରାଲ ହସ୍ପିଟାଲ ରୂପେ ଘୋଷଣା କରିଥିଲେ । ଏଥିପାଇଁ ସେତେବେଳେ ବିଧାୟକ ଥିବା ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନଙ୍କର ଭୂମିକା ସର୍ବଜନବିଦିତ ।

ପ୍ରକାଶ ଥାଉକି, ୨୦୧୨ ମସିହାରେ କେନ୍ଦ୍ର ସରକାରଙ୍କ ଠାରୁ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଆସିଥିଲା ଏବଂ ବିଧାୟକ ମଧ୍ୟ ଚାନ୍ଦପୁରଠାରେ ଉକ୍ତ ଅନୁଷ୍ଠାନ ହେବାପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ନ ହେବାରୁ ଓଡ଼ିଶା ସରକାର ଟି.ବି. ହସ୍ପିଟାଲକୁ ଜେନେରାଲ ହସ୍ପିଟାଲ କରିବା ପାଇଁ ଘୋଷଣା କରି କୋଠା ନିର୍ମାଣ ପାଇଁ ୫ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ, ଯାହାକି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୩ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । କିନ୍ତୁ ପରବତ୍ତି ସମୟରେ ବିଭାଗୀୟ ନୋଟିଫିକେସନ୍ ହୋଇ ନପାରିବାରୁ କୋଠା ନିର୍ମାଣ ସରିଥିଲେ ମଧ୍ୟ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇପାରୁନଥିଲା ।
ଏଥିପାଇଁ ପୂନର୍ବାର ବିଧାୟକ ନିର୍ବାଚିତ ହେବାପରେ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ତା୪.୧୧.୨୦୧୯ ରିଖରେ ବସନ୍ତ ମଞ୍ଜରୀ ସାଧାରଣ ହସ୍ପିଟାଲ କାର୍ଯ୍ୟକାରିତା ନିମନ୍ତେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ସି.ଡ଼ି.ଏମ୍.ଓ, ହସ୍ପିଟାଲ ଅଧୀକ୍ଷକ ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଫିସରମାନଙ୍କ ଉପସ୍ଥିତିରେ ଏକ ବୈଠକ ଡ଼କାଯାଇ ନୋଟିଫିକେସନ୍ ତୁରନ୍ତ କରିବା ପାଇଁ ନିଷ୍ପର୍ତ୍ତୀ ନିଆଯାଇଥିଲା । କିନ୍ତୁ କୋଭିଡ଼ର ପ୍ରଥମ ଲହର ଯୋଗୁଁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏଣୁ ପୂନର୍ବାର ବିଧାୟକଙ୍କ ଉଦ୍ୟମ କ୍ରମେ ତା୨୬.୦୩.୨୦୨୧ ରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗର ଚିଠି ନଂ ୯୨୮୩ ତା୨୫.୦୩.୨୧ରିଖ ଅନୁଯାୟୀ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, ମାନ୍ୟବର ବିଧାୟକ, ଜିଲ୍ଲାପାଳ, ସି.ଡ଼ି.ଏମ୍.ଓ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଚାନ୍ଦପୁର ହସ୍ପିଟାଲର ଅଧୀକ୍ଷକ ଯୋଗ ଦେଇଥିଲେ ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) କେନ୍ଦ୍ର ସରକାରଙ୍କ ଠାରୁ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ (ନିମାଂସ) ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ପୂନର୍ବାର ଆସିଥିବା କଥା ପ୍ରକାଶ କରିଥିଲେ ଏବଂ ଚାନ୍ଦପୁର ସମେତ ଆଉ ଦୁଇଗୋଟି ଯାଗା ଏଥିପାଇଁ ସରକାରଙ୍କର ବିଚାରଧିନ ଥିବା ପ୍ରକାଶ କରିଥିଲେ । ଏହି ବୈଠକରେ ଦୃଢ଼ତାର ସହିତ ବିଧାୟକ ମହୋଦୟ ଚାନ୍ଦପୁର ଏଥିପାଇଁ ଉପଯୁକ୍ତ ସ୍ଥାନ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ପରେ ପରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମହୋଦୟ ବିଧାୟକଙ୍କ କଥାକୁ ଗ୍ରହଣ କରି ସ୍ୱାସ୍ଥ୍ୟ ସଚିବଙ୍କୁ ଚାନ୍ଦପରୁ ଉପଯୁକ୍ତ ସ୍ଥାନ ଏବଂ ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ବୈଠକର ନିଷ୍ପର୍ତ୍ତୀ ଅନୁଯାୟୀ ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୯୬ ତା୨୮.୦୪.୨୦୨୧ ରିଖରେ କେନ୍ଦ୍ର ସରକାରଙ୍କୁ ଚାନ୍ଦପୁର ଠାରେ ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ପଠାଯାଇଛି । ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ବିଧାୟକ, ଶ୍ରୀଯୁକ୍ତ ପିନାକୀ ମିଶ୍ର, ସାଂସଦ ମହୋଦୟ ଏବଂ ଆରତୀ ଆହୁଜା, (ଆଇ.ଏ.ଏସ୍) ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ବିଭାଗ, ଭାରତ ସରକାରଙ୍କ ନିକଟକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।
No Result
View All Result