No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୬ ଜୁନ ବୁଧବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ସରିଆଁ ଗ୍ରାମର କ୍ଷୀରୋଦ ବିହାରୀ ଡାକୁଆ ଗତ ଜାନୁଆରୀ ୧୬ ତାରିଖ ଦିନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ପ୍ରାୟ ୫ ମାସ ଧରି ଗୋଡ଼ରେ ରଡ଼ ଲାଗିଥିଲା । ଅର୍ଥ ଅଭାବରୁ ସେ ଉନ୍ନତ ଚିକିତ୍ସା କରାଇପାରୁ ନ ଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ ସହଯୋଗର ହାତ ବଢ଼ାଇ ଶ୍ରୀ ଡାକୁଆଙ୍କୁ ଭବାନୀପାଟଣା ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।
କିଛି ଦିନ ପରେ କ୍ଷୀରୋଦଙ୍କୁ ଓଡ଼ିଶା ସରକାରଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ଵାରା ରାୟପୁର ସ୍ଥିତ ରାମକୃଷ୍ଣ କେୟାର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ଚିକିତ୍ସା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଶ୍ରୀ ମଣ୍ଡଳ ଦେଇଛନ୍ତି । କ୍ଷୀରୋଦଙ୍କ ପରିବାର ଲୋକେ ସହଯୋଗ ପାଇ ଶ୍ରୀ ମଣ୍ଡଳଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result