No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର ) କୋରାଇ :- ଆଜି ଶେଷ ରଜ । ପ୍ରଥମ ରଜ ବର୍ଷାରେ କଟିଥିଲା ବେଳେ ରଜ ସଂକ୍ରନ୍ତି ଠାରୁ ରଜପଳିତ ହୋଇଛି । ଆଜି ଦିନତମାମ ପାଗ କୋହଲା ଯୋଗୁ ରଜମଉଜକୁ ଝିଅବୋହୁମାନେ ବେଶ ଆନନ୍ଦରେ ପଳନ କରିଥିବା ଦେଖାଯାଇଛି । ବିଶ୍ୱମହାମରୀ କରୋନାର ଦ୍ୱିତୀୟ ଲହରର ତୃତୀୟ ପର୍ଯ୍ୟାୟ ତାଲାବନ୍ଦ କଟକଣା ଯୋଗୁ ସାମଜିକ ଦୂରତା ଭିତିରେ ଶଙ୍ଖଚିଲା ହିଙ୍ଗୁଳା ପୀଠ,

ପରମାନନ୍ଦପୁର ସ୍ଥିତ ମା’କାମୁଡେଈ ପୀଠ, ବ୍ରାହ୍ମଣୀଦେବୀ ଜୈନଗୁମ୍ଫା ଆଦି ଦେବାଦେବୀ ପୀଠ ମାନଙ୍କରେ ଭକ୍ତବିନା କର୍ତା, ବ୍ରାହ୍ମଣ ଓ ପରିଚାଳନା ପରିଷଦରଙ୍କ ଦ୍ୱାରା କେବଳ ବିଧିମତେ ପୂଜାର୍ଚ୍ଚନ ହୋଇଥିବା ପରିଲକ୍ଷିତ ହୋଇଥିଲା । ପାଗ ଅନୁକୂଳ ଯୋଗୁ ଝିଅମାନେ ସାଙ୍ଗ ହୋଇ ସାହିସାହି ବୁଲି ଦୋଳିଖେଳିବାର ଦୃଶ୍ୟ ରୋମାଂଚକର ପରିବେଶ ସକ ମୃଷ୍ଟି କରିଥିଲା । ଯୁବବର୍ଗ ତାସ ଓ ଚେସ ଖେଳରେ ମସୁଗୁଲ ରହିଥିଲା ବେଳେ ବୟସ୍କମାନେ ପଶା ଖେଳରେ ମାତିଯାଇଥିଲେ ।

ସଂଧ୍ୟାରେ ଲୋକେ ଗ୍ରାମଦେବତୀଙ୍କ ପୀଠରେ ଆଳତୀ ଜାଳି ଆରବର୍ଷ ରଜ ଯାଏ ଭଲରେ କଟିବାକୁ ଗୁହାରି କରିଛନ୍ତି । ମହାମରୀ କରୋନା ଲାଗି ତାଲାବନ୍ଦ ସତ୍ୱେ ଏହି ଗଣପର୍ବ ରଜ’ର ଆଜି ଅନ୍ତିମ ଦିବସ ଅବସରରେ ଗାଁର ସାଂସ୍କୃତିକୁ ବଜାଇ ରଖିଥିବା କେତେକ ପୁରୁଣା କାଳିଆ ଲୋକ ପରଂପରା ଅନୁଶାରେ ହରିବୋଲ ଓ ଶଙ୍ଖ, ହୁଳହୁଳିରେ ବିଦାୟ ଦେଇ ଆସନ୍ତା ବର୍ଷକୁ ଶୁଭମୁହୂର୍ତ ନେଇ ଆସିବାକୁ ମନାସିଛନ୍ତି । ( ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ )
No Result
View All Result