No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ରାୟଗଡ଼ :- ବିଦ୍ୟୁତ ବିଭାଗ ଏବଂ ତାଙ୍କ କର୍ମଚାରିଙ୍କ ଚରମ ଅବହେଳା ଯୋଗୁଁ କେତେବେଳେ ତାର ଛିଣ୍ଡି ଲୋକେ ପ୍ରାଣ ହରାଉଛନ୍ତି ତ କେତେବେଳେ ପଶୁ ପକ୍ଷିଙ୍କ ପ୍ରାଣ ଯାଉଥିବା ଦେଖାଦେଇଛି । ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟର ତଳପଟୁ ଖାଇଯାଉଛି ତ କେଉଁଠାରେ ତାରରେ ଗଛଲତା ମାଡିଯାଉଛି । ପୁଣି କେତେକ ସ୍ଥାନରେ ମୁଖ୍ୟ ସଡକ ଉପରେ ବାଉଁସ ଖୁଣ୍ଟ ସାହାଯ୍ୟରେ ବିଦ୍ୟୁତ ଯୋଗାଣ ଜାରିରହଥିବା ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଏହା ସତ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ଠାରୁ ତାଳମୁଣ୍ଡା ଦେଇ ମଣ୍ଡଳସାହି ପର୍ଯ୍ୟନ୍ତ ପ୍ରାୟ ବାର କି.ମିର ସଡକ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ନୁତନ ଭାବେ ନିର୍ମାଣ କାର୍ଯ୍ୟ କିଛି ମାସ ହେବ ସମାପ୍ତ ହୋଇସାରିଛି ।
ତାଳମୁଣ୍ଡା ପଞ୍ଚାୟତର ରେଗିଡିସିଙ୍ଗି, ତାଳମୁଣ୍ଡା ଏବଂ ଉକାରସିଙ୍ଗି ଗ୍ରାମ ଏହି ସଡକ ଉପରେ ଯାତାୟତ ନିମନ୍ତେ ନିର୍ଭର କରିଥାନ୍ତି । ରାମଗିରି ଠାରୁ ମଣ୍ଡଳସାହି ଦେଇ କମ ସମୟ ମଧ୍ୟରେ ରାୟଗଡ ଠାରେ ପହଁଚିବା ପାଇଁ ବର୍ତ୍ତମାନ ଯାତ୍ରି ମାନେ ଏହାକୁ ମୁଖ୍ୟ ସଡକ ବାଭେ ବ୍ୟବହାର କରୁଛନ୍ତି । ଉକ୍ତ ଗ୍ରାମ ଗୁଡିକର ଅନେକ ଛାତ୍ରଛାତ୍ରୀ ପାଠପଢା ନିମନ୍ତେ ରାୟଗଡ ଠାରେ ପହଁଚିବା ପାଇଁ ସେହି ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ । କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ ରାସ୍ତାର ଯାତ୍ରୀ ମାନଙ୍କ ମୁଣ୍ଡ ଉପରେ କେତେବେଳେ ଯେ ବିପଦ ମାଢିଆସିବ ତାହା ସମୟ ହିଁ କହିବ ।
ରାୟଗଡ-ତାଳମୁଣ୍ଡା ରାସ୍ତାର ଜାମକୋଳି ଗଛ ଛକ ନିକଟରେ ମୁଖ୍ୟ ସଡକରେ ୧୧ କେ.ଭି ବାଦ୍ୟୁତ ତାରକୁ ବାଉଁସ ଖୁଣ୍ଟ ସାହାଯ୍ୟରେ ବିଦ୍ୟୁତ ଯୋଗାଣ କରାଯାଉଥିବା ବ୍ୟବସ୍ଥା ଉକ୍ତ ବିଭାଗର ମାନବ ଜୀବନ ପ୍ରତି ରହିଥିବା ବିପଦକୁ ଏଡାଇ ଦିଆଯାଇନପାରେ । ୧୧ କେ.ଭି ତାରଟି ଲମ୍ବି ରାସ୍ତା ଠାରୁ ମାତ୍ର ୩ ରୁ ୪ ଫୁଟ ଉଚ୍ଚରେ ରହିଛି ଯାହା ପ୍ରତ୍ୟେକ ମୁହୁର୍ତ୍ତରେ ବିପଦ ରହିଥିବା ପରି ଜଣାପଡୁଛି । ସେହିପରି ତାଳମୁଣ୍ଡା ନିକଟରେ ପଣଷ ଝୋଲା ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ଢଳି ରହିଥିବା ଯୋଗୁଁ ତାର ଲମ୍ବିଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଅନେକ ସ୍ଥାନରେ ସହ ସହ ନୁତନ ବିଦ୍ୟୁତ ଖୁଣ୍ଟକାର୍ଯ୍ୟରେ ନଲାଗି ପଡିରହିଥିବା ବେଳେ ଆବଶ୍ୟକ ରହିଥିବା ସ୍ଥାନରେ କାହିଁକି ଖୁଣ୍ଟ ଗୁଡାକୁ ବ୍ୟବହାର କରାଯାଉ ନାହିଁ ଏବଂ ବିଦ୍ୟୁତ ତାର ସଂସ୍ପର୍ସରେ ଯଦି କେହି ମୃତ୍ୟୁ ବରଣ କରିବେ ସେଥିପାଇଁ ଦାଇ ଏହି ବିଭାଗ ନା ଏହାର କର୍ମଚାରି ରହିବେ ବୋଲି ପ୍ରଶ୍ନ କରିଛନ୍ତି ତାଳମୁଣ୍ଡା ସମିତି ସଭ୍ୟ ରାଜକିଶୋର ଭୁୟାଁ ।
ଉକ୍ତ ସମସ୍ୟା ନେଇ ଅନେକ ଥର ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଏବଂ ସ୍ଥାନୀୟ ଲାଇନମ୍ୟାନଙ୍କୁ ଜଣାଇଥିବା ବେଳେ ସେମାନେ ଏହାକୁ ଖାମଖିଆଲି ଭାବେ ନେଇ ସମାଧାନ ପ୍ରତି ଦୃଷ୍ଟି ଦେଉନାହାଁନ୍ତି ଯଦିି ପରବର୍ତ୍ତି ସମୟରେ କୌଣସି ଅଘଟଣ ଘଟେ ତେବେ ସେଥିପାଇଁ ସେମାନେ ହିଁ ଦାଇ ରହିବେ ଏବଂ କ୍ଷତିପୁରଣ ବି ସୋମାନଙ୍କ ନିକଟରୁ ଆଦାୟ କରାଯିବ ବୋଲି ଚେତାବନି ଦେଇଛନ୍ତି ଉକ୍ତ ଗ୍ରାମର ବାସିନ୍ଦା ବନମାଳି ଭୁୟାଁ, କିଶୋର ଚନ୍ଦ୍ର କାର୍ଯୀ, ରାଜେନ୍ଦ୍ର ଭୁୟାଁ, ଅନୁକ ରାଇକା,ମନସି ଗମାଙ୍ଗ, ପାତ୍ର ଗମାଙ୍ଗ, ସୁର୍ଯ୍ୟ ଭୁୟାଁ, ମିନସି ଗମାଙ୍ଗ ପ୍ରମୁଖ । ତେବେ ଦେଖିବାକୁ ବାକି ରହିଲା ବିଦ୍ୟୁତ ବିଭାଗ କେବେ ପଦକ୍ଷେପ ନେବ । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି,)
No Result
View All Result