No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ଢେଙ୍କାନାଳ :- ଜିଲ୍ଲା ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତ ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମର ମାଳତୀ ବାରିକ ଗତ ୩ ବର୍ଷ ହେଲା ସ୍ୱାମୀଙ୍କୁ ହରାଇ ଦୁଇଟି ପିଲାଙ୍କ ସହ କାଳାତିପାତ କରୁଛନ୍ତି l ପିଲାମାନେ ସ୍କୁଲରେ ପାଠ ପଢ଼ୁଥିବା ବେଳେ ମାଳତୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ଭାବେ ମାତ୍ର ୧୧ ଶହ ଦରମାରେ କାର୍ଯ୍ୟରତ l ବିଗତରେ ଆବାସ ଯୋଜନାରେ ପକ୍କା ଘର ଖଣ୍ଡିଏ ପାଇଁ ଅନେକ ସମୟରେ ଅନେକ ଲୋକଙ୍କ ପାଖରେ ନେହୁରା ହୋଇଛି ମାଳତୀ l କ୍ରମିକ ସଂଖ୍ୟାରେ ଘର ଆସୁଛି, ମାତ୍ର ତାହା କଟିଯାଉଛି l
ଏବର୍ଷ ଘର ଖଣ୍ଡିକ ଭାଙ୍ଗିବାକୁ ବସିଥିଲା l ଧାର କରଜ କରି ଏବର୍ଷ ବଡ଼ କଷ୍ଟରେ ଛପର କରିଛି l ବିଧବା ସ୍ତ୍ରୀ ଲୋକଟିଏ ଛୋଟ ଛୋଟ ଦୁଇଟି ପିଲାଙ୍କୁ ଧରି ଆଉ କେତେ କଷ୍ଟ ସହିବ ? ମାଳତୀ ଭାବିଛନ୍ତି ପିଲାଙ୍କୁ ଭଲ ଶିକ୍ଷା ଦେବେ, ଭଲ ମଣିଷ କରିବେ l ହେଲେ ବିଧିର ବିଧାନ କିଛି ନିଆରା l ବୋଝ ଉପରେ ଲଳିତା ବିଡ଼ା ପରି ଅଭାବ ରୂପକ ଯମରାଜଙ୍କ ଚାତ୍ରଛାୟାରେ ଏମାନେ l ଆଉ କଷ୍ଟ ନଦେଇ ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲେ ତାର କଷ୍ଟ ଲାଘବ ହେବ ବୋଲି ଗୁହାରି କରିଛି ମାଳତୀ l (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result