No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ମଇଜୋରୀ ଗ୍ରାମର ବବିନା ଧର (୨୫) ବର୍ଷ ପିଲାଦିନୁ ତାଙ୍କ ମାମୁଁ ଘର ଫତେଗଡ଼ ଗ୍ରାମରେ ରହିଥିଲେ । ଗତ ୫ବର୍ଷ ତଳେ ବବିନା ର ଡମପଡ଼ା ବ୍ଲକ କଇଁମୁଣ୍ଡି ଗ୍ରାମର ଶ୍ରୀଧର ଧର ଙ୍କ ପୁତ୍ର ପ୍ରକାଶ ଧର (ବାବୁ) ସହିତ ବିବାହ ହୋଇଥିଲା । ବବିନାର ବାପା ସନ୍ୟାସୀ ହୋଇ ବାହାରେ ରହୁଥିବାରୁ ବବିନା ମାମୁଁ ଘରେ ରହି ବଡ଼ ହୋଇ ବିବାହ କରିଥିଲା । ଗତ କିଛି ମାସ ହେବ ତାର ଶାଶୁଘର ଲୋକମାନେ ବବିନାକୁ ଅର୍ଥ ଆଣିବା ପାଇଁ ଦାବୀ କରି ବିଭିନ୍ନ ନିର୍ଯ୍ୟାତନା ଦେଉଥିଲେ । ବବିନା ଯେହେତୁ ମାମୁଁ ଘରେ ରହି ବଢି ଥିଲା ତେଣୁ ସେ ସାହାସ କରି ଦାବୀ ମୁତାବକ ଟଙ୍କା ତା ମାମୁଁ ମାନଙ୍କୁ ମାଗି ପାରୁନଥିଲା ।
ବବିନାର ଶଶୁ, ନଣଦ, ଦିଅର, ଆଈଶାଶୁ ପ୍ରଭୃତି ବବିନାକୁ ନିର୍ଯ୍ୟାତନା ଦେଉଥିଲେ । ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ବବିନାର ଭିଣୋଇ ସନ୍ତୋଷ କୁମାର ଦଳେଇ ଓ ମାଆ ମଞ୍ଜୁ ଦଳେଇ ସାବିତ୍ରୀ ଭାର ନେଇ ବିବିନା ପାଖକୁ କଇଁମୁଣ୍ଡି ଆସିଥିଲେ । ବିବିନାର ଶାଶୁ ସେମାନଙ୍କୁ ଧମକ ଚମକ ଦେଇ ଏଠାକୁ କାହିଁକି ଆସିଛ ବୋଲି କହି ଏମାନଙ୍କ ସହିତ କଳିକରି ଥିଲେ । ସେମାନେ ସାବିତ୍ରୀ ଭାର ଦେଇ ନିଜ ଘରକୁ ଫେରି ଆସିଥିଲେ । ୩ଦିନ ପରେ ବବିନା ଫୋନ୍ କରି ନିଜ ଘରକୁ ଜଣାଇଥିଲା ତୁରନ୍ତ ଏଠାକୁ ଆସି ଫାଇନାଲ୍ କର ନଚେତ୍ ମୋତେ ଏମାନେ ମାରିଦେବେ ।
ଆଜି ସକାଳ ୫ଟାରେ ବବିନାର ସ୍ୱାମୀ ପ୍ରକାଶ ଧର ବବିନା ବାପ ଘରକୁ ଫୋନ୍ କରି ଜଣାଇଥିଲା ଯେ ତୁମ ଝିଅ ରଶି ଲଗାଇ ମରିଯାଇଛି । ବବିନାର ବାପା ଘର ଲୋକମାନେ କଇଁମୁଣ୍ଡି ଆସି ଦେଖିଲେ ତାଙ୍କ ଝିଅ ମରିକି ପଡିଛି । ତା ଦେହର ବିଭନ୍ନ ସ୍ଥାନରେ ମାଡ଼ ଚିହ୍ନ ରହିଛି ଏବଂ ବବିନାକୁ ଶାଶୁ ଘର ଲୋକ ମାରିଦେଇଥିବା ଅନୁମାନ କରାଯାଉଛି ବୋଲି ଝିଅର ମାମୁଁ ପ୍ରଦୀପ ଦଳେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବବିନାର ସ୍ୱାମୀକୁ ଥାନାକୁ ଆଣି ପଚରାଉଚରା କରି ଛାଡିଦେଇଥିଲେ ଏସଂକ୍ରାନ୍ତରେ ବାଙ୍କୀ ଥାନାରେ କେସ୍ ନଂ- ୧୫୫/୨୧,( ୪୯୮/ଏ, ୩୦୨/୩୪) ଦଫାରେ ମକୋଦ୍ଦମା ରୁଜୁ କରାଯାଇବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ତଦନ୍ତ ଚାଲୁ ରଖିଛନ୍ତି । ମୃତ ବବିନାର ଶବକୁ ପୋଲିସ୍ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଙ୍କୀ ଡାକ୍ତର ଖାନାକୁ ଅଣାଯାଇଛି ବ୍ୟବଚ୍ଛେଦ ପରେ ସ୍ୱାମୀ କୁ ହସ୍ତାନ୍ତର କରାଯାଇଛି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result