No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ବାଙ୍କୀ :- ବାଙ୍କୀ ଟାଉନରେ ଥିବା ମା’ଚର୍ଚ୍ଚିକା ଇଣ୍ଡେନ୍ ଗ୍ୟାସର ଡେଲିଭରି ମ୍ୟାନ୍ ସୁବାସ ଚନ୍ଦ୍ର ସ୍ୱାଇଁ ଆଜି ଗୋଟିଏ ଅଟୋ ଗାଡିରେ ୨୫ଟି ଫୁଲ୍ ଗ୍ୟାସ୍ ସିଲିଣ୍ଡର ନେଇ ଡମପଡ଼ା ବ୍ଲକ ନରଗାଙ୍ଗ ଗ୍ରାମକୁ ଗ୍ରାହାକମାନଙ୍କୁ ଦେବା ଉଦ୍ଦେଶ୍ୟରେ ଯାଇଥିଲେ । ଆଜି ଦିନ ୧୨ଘଣ୍ଟା ସମୟରେ ନିକଟସ୍ଥ ଫାସିବସ୍ତ ଗ୍ରାମର ନଣ୍ଡା ନାୟକ ପିତା ବନମାଳି ନାୟକ ଗ୍ୟାସ୍ ଗାଡିକୁ ଅଟକାଇ ସୁବାସ ଚନ୍ଦ୍ର ସ୍ୱାଇଁଙ୍କୁ ଟଙ୍କା ମାଗିଥିଲା ।
ସେ ବିରୁଦ୍ଧ କରିବାରୁ ତାଙ୍କୁ ଗାଡି ଭିତରୁ ଭିଡି ଆଣି ତାଙ୍କ ମୁହଁକୁ ବିଧା ଚାପୁଡାମାନ ମାରିବା ସହିତ ପିଠିକୁ ଗୋଇଠା ମାରି ତାଙ୍କ ପାଖରେ ଥିବା ୧୩ହଜାର ୫ଶହ ଟଙ୍କା ଛଡାଇ ନେଲେ । ସେ ବିରୋଦ୍ଧ କରିବାରୁ ତାଙ୍କ ପିଠିକୁ କାମୁଡି ରକ୍ତାକ୍ତ କରିବା ସହିତ ପାଖରେ ଥିବା ଏକ ଚୂଆରେ ଘୋସାଡି ନେଇ ପକାଇ ଦେଇଥିଲେ ଏବଂ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ସେଠାରେ ଥିବା ଲୋକମାନେ ଛଡାଛଡି କରିବାରୁ ସେ ଜୀବନ ବଞ୍ଚାଇ ପଳେଇ ଆସି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରି ଥିଲେ ପୋଲିସ ତଦନ୍ତ ଜାରି ରଖିଛି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result