ବରିଷ୍ଠ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କଲା ପତ୍ରକାର ସଂଘ – ଭୁବନେଶ୍ୱର

ବରିଷ୍ଠ ସାମ୍ବାଦିକ ହୃଷିକେଶ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ସମେତ ତାଙ୍କ ପୁଅ ସାମ୍ବାଦିକ ବିଶ୍ୱପ୍ରିୟ ମହାନ୍ତି ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍‌ ବୁଧବାରଭୁବନେଶ୍ୱର :- ବରିଷ୍ଠ ସାମ୍ବାଦିକ ହୃଷିକେଶ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ସମେତ ତାଙ୍କ ପୁଅ ସାମ୍ବାଦିକ ବିଶ୍ୱପ୍ରିୟ ମହାନ୍ତି ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଆଂଟିଜେନ୍ ଟେଷ୍ଟରେ ତାଙ୍କର ପରିବାରର ଏହି ୪ଜଣଙ୍କର ପଜିଟିଭ୍ ଆସିଛି । ଉଲ୍ଲେଖ ଯୋଗ୍ୟଯେ, ଗତ ଜୁନ୍ ୭ତାରିଖରେ ହୃଷିକେଶ ମହାନ୍ତିଙ୍କ ସମେତ ତାଙ୍କ ପରିବାର ଏହି ୪ଜଣ ଆଇଆର୍‌ସି ଭିଲେଜ୍‌ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦ୍ୱିତୀୟ ଡ଼ୋଜ୍ ଟୀକା ନେଇଥିଲେ । ଟୀକା ଦେବାର ପରଦିନଠାରୁ ତାଙ୍କ ପରିବାରର ସମସ୍ତ ୪ଜଣ ସଦସ୍ୟ ଅସୁସ୍ଥ ଅନୁଭବ କରିଥିଲେ ।

ଅବଶ୍ୟ କିଛି ଦିନପରେ ସେମାନଙ୍କୁ ଆଉ ସେତେଟା ଅସୁସ୍ଥ ଲାଗିଲା ନାହିଁ । କିନ୍ତୁ ପୁଅ ବିଶ୍ୱପ୍ରିୟଙ୍କୁ ଜ୍ୱର ଲାଗିରହିଲା । ଆଜି ଆଂଟିଜେନ୍ ଟେଷ୍ଟ ପରେ ପରିବାରର ସମସ୍ତଙ୍କର କରୋନା ପଜିଟିଭ୍ ବାହାରିଛି । ଆମ ସମସ୍ତଙ୍କର ପ୍ରିୟ ହେଉଛନ୍ତି ହୃଷିକେଶ ମହାନ୍ତି । ଏହି ଖବର ପାଇବା ପରେ ଆମ ସମସ୍ତେ ମ୍ରିୟମାଣ ହେବା ନିଶ୍ଚିତ । ବରିଷ୍ଠ ସାମ୍ବାଦିକ ଓ ତାଙ୍କ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କଲା ପତ୍ରକାର ସଂଘ କିନ୍ତୁ ହୃଷିକେଶ ଓ ତାଙ୍କ ପରିବାରର ମନୋବଳ ଏହି ସମୟରେ ଦୃଢ଼ ରହିବାର ଆବଶ୍ୟକତା ରହିଛି ।

ହୃଷିକେଶ ଓ ତାଙ୍କ ପରିବାରଙ୍କୁ କରୋନରୁ ମୁକ୍ତ ହେବା ସହିତ ସମ୍ପୂର୍ଣ୍ଣ ଆରୋଗ୍ୟ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରୁଛୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ।  ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ବକାର ଡ଼. ଜୀମୁତ ମଙ୍ଗରାଜ ମଧ୍ୟ ଅନୁରୂପ ଭାବେ ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଯେଉଁମାନେ ହୃଷିକେଶଙ୍କ ସହିତ କଥା ହେବାକୁ ଚାହାନ୍ତି ସେମାନେ ଏହି ଫୋନ ନମ୍ବରରେ କଥା ହୋଇପାରିବେ । ମୋବାଇଲ : ୯୯୩୭୧୫୬୯୩୬

ଓଡ଼ିଶା ତାଜା ନ୍ୟୁଜ ତରଫରୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଶ୍ରୀ ମହାନ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ ।