No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଲୟର ସଂସ୍କୃତ ଶିକ୍ଷକ ସୁଧାକର ମହାନ୍ତି ମେ ସାସ ସାତ ତାରିଖରୁ ଜିଲ୍ଲା ସହରମହକୁମା ଛାଡି ନିଜ ଜିଲ୍ଲାକୁ ଚାଲିଯାଇଥିବା ସୁଚନା ମିଳିଛି । କୋରନା କାଳରେ ସ୍କୁଲ ବନ୍ଦ ରହିଥିଲେ ସୁଦ୍ଧା ସମସ୍ତ ଶିକ୍ଷକ ଜିଲ୍ଲା ଭିତରେ ରହିବାକୁ ନିର୍ଦ୍ଦେଶ ରହିଥିଲା । ୟଶ ବାତ୍ୟା ହେତୁ ୨୧.୦୫.୨୦୨୧ ତାରିଖରେ ଚିଠି ନଂ ୮୬୮/ଇଏମଜି ଅନୁସାରେ ଜିଲ୍ଲାପାଳ ସମସ୍ତ ସରକାରୀ କର୍ମଚାରିଙ୍କ ଛୁଟିକୁ ବାତିଲ କରିଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଚିଠି ନଂ – ୩୪୨୭ ତାରିଖ-୨୨.୦୫.୨୦୨୧ ଅନୁସାରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ କର୍ମଚାରି ମାନଙ୍କର ଛୁଟିକୁ ବାତିଲ କରିଥିଲେ । ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ ନକରି ଶିକ୍ଷକ ଜଣକ ନିଜ ଗ୍ରାମ ଯାଜପୁର ଜିଲ୍ଲାକୁ ଚାଲିଯାଇଥିବା ଜଣାପଡିଛି । ସେ ପୁର୍ବରୁ ଏପରି ଅନେକ ଥର ଚାଲିଯାଇଥିବା ବେଳେ ସେ କୈାଣସି ଉଚ୍ଚ ପଦସ୍ତ ଅଧିକାରୀଙ୍କ ନିର୍ଦ୍ଦେଶକୁ ପାଳନ କରୁନାହାନ୍ତି ।
ଏ ସମ୍ପର୍କରେ ରାୟଗଡ ଗୋଷ୍ଠିଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଉକ୍ତ ଶିକ୍ଷକ ଜିଲ୍ଲାରେ ଉପସ୍ଥିତ ରହିନଥିବା ସମ୍ପର୍କରେ ଲକ୍ଷ୍ମୀପୁର ସିଆରସି ମୋତେ ଜଣାଇଛନ୍ତି କିନ୍ତୁ ସେ ହାଇସ୍କୁଲ ଶିକ୍ଷକ ହୋଇଥିବା ଯୋଗୁଁ ମୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରିବି ନାହିଁ ବୋଲି ମତାମତ ପ୍ରକାଶ କରିଛନ୍ତି । ଯଦି ସେ ହାଇସ୍କୁଲ ଶିକ୍ଷକ ହୋଇଥିବା ଯୋଗୁଁ ଗୋଷ୍ଠି ଉନ୍ନୟନ ଅଧିକାରୀ ପଦକ୍ଷେପ ନେଇପାରିବେ ନାହିଁ ଏବଂ ଜିଲ୍ଲା ଶିକ୍ଷାଧକାରୀ ଏହାକୁ ଦୃଷ୍ଟି ଦେଉନଥିବା ସହ ଶିକ୍ଷାଧିକାରୀଙ୍କ ସହ ଭିତିରି ବୁଝାବଣା ରହିଥିବା ଯୋଗୁଁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗହଣ କରୁ ନାହାନ୍ତି l
ଅନ୍ୟ ଜିଲ୍ଲାରୁ ଆସିଥିବା କିଛି ଶିକ୍ଷକ ଉଚ୍ଚ ପଦସ୍ତ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ଏଭଳି କାର୍ଯ୍ୟ କରିବା ପାଇଁ ଅନ୍ୟ ଶିକ୍ଷକଙ୍କୁ ନିଲମ୍ବନ କରାଯାଇ ନିଲମ୍ବନ ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ରାୟଗଡ ଗୋଷ୍ଠିଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ରାୟଗଡ ଗୋଷ୍ଠିଶିକ୍ଷାଧିକାରୀ ମନୋରଞ୍ଜନ ସେଠି । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result