No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ସମ୍ବଲପୁର :- ସମ୍ବଲପୁର ପୁଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇ ମୋତିଝରନ ସ୍ଥିତ ଡିଅର ପାର୍କ ରାସ୍ତାରେ ଅଚାନକ ଚଢ଼ଉ କରାଯାଇଥିଲା । ସମ୍ବଲପୁର ପୁଲିସ ଦ୍ୱାରା ଅବୈଧ୍ୟ ନିଶା କାରବାର ଉପରେ ଅଙ୍କୁଶ ଲଗାଇବାର ପ୍ରୟାସ କ୍ରମେ ଚଢ଼ଉ ସମୟରେ ବିପୁଳ କଫ୍ ସିରପ୍ ଜବତ ହୋଇଛି ।
ଚଢ଼ଉ ସମୟରେ ୫୩୦ଟି ଭର୍ତ୍ତି ନିଶା କାଶ ଔଷଧ ବୋତଲ, ୨୦ଟି ଖୋଲା ଠିପି ଥିବା ନିଶା କାଶ ଔଷଧ, ୩୦ଟି ନିଶା ବଟିକା, ଏକ ଲିଟର ଅପମିଶ୍ରିତ ନିଶା ସାମଗ୍ରୀ ଓ ଏକ ଟିଭିଏସ ସ୍କୁଟି ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି । ଏ ସର୍ମ୍ପକରେ ଧନୁପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇ ଅଭିଯୁକ୍ତଙ୍କୁ କରାଯାଇ କୋର୍ଟ ଚାଲାଣ କରାଯାଇଛି କହିଛି ।
No Result
View All Result