No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :- ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆସିକା ସଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଳକ ଓ ପୈାରାଞ୍ଚଳର ନୂତନ ସଭାପତି ଚୟନ କରାଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ କଂଗ୍ରେସ ସଭାପତି ଭାବେ ଶିବରାମ ପ୍ରଧାନ ଓ ପୈାରାଞ୍ଚଳ ସଭାପତି ଭାବେ ସୁନାରାମ ସାବତ ମନୋନୀତ ହୋଇଛନ୍ତି । ନୂତନ ପଦବୀରେ ନିଯୁକ୍ତି ଦିଆଯାଇଥିବା ସମସ୍ତ ମନୋନୀତ କର୍ମକର୍ତ୍ତାଙ୍କୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଧାୟକ ରମେଶ ଚନ୍ଦ୍ର ଜେନା ଶୁଭେଚ୍ଛା ଜଣାଇବା ସହ ଦଳୀୟ ସଙ୍ଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଭାପତି ଭାବେ ମନୋନୀତ ହେବାପରେ ଉଭୟ ସୁନାରାମ ଓ ଶିବରାମ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା, ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତିି । ଆଗାମୀ ଦିନରେ ରାଜ୍ୟ ମୁଖିଆଙ୍କ ଗଡ଼ରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହିବା ପାଇଁ ସର୍ବଦା ଉଦ୍ୟମ ଜାରି ରହିବ ବୋଲି ନବ ମନୋନୀତ ହିଞ୍ଜିଳିକାଟୁ ପୈାରାଞ୍ଚଳ ଓ ବ୍ଳକ କଂଗ୍ରେସ ସଭାପତି ଦ୍ବୟ କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result