No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ବାଙ୍କୀ :- ବାଙ୍କୀ ବ୍ଲକ କଦଳିବାଡି ପଞ୍ଚାୟତ ର ୩ ନମ୍ବର ୱାର୍ଡ ର ବହୁ ବ୍ୟକ୍ତି କ ରୋନା ରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସଂସ୍ପର୍ଶ ରେ ଗ୍ରାମରବହୁ ବ୍ୟକ୍ତି ମିଶିବାର ସମ୍ଭାବନା ଥିବାରୁ ଆଜି ସରପଞ୍ଚ ପ୍ରକାଶ କୁମାର ବେହେରା ଉକ୍ତ ୱାର୍ଡ କୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରିଛନ୍ତି । ଇନ୍ଦ୍ରମଣି ରାଉତ ଙ୍କ ଠାରୁ ଶିଖର ରାଉତ ଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ (ନିଶେଦ୍ଧାଞ୍ଚଳ ) ଘୋଷଣା କରାଯାଇଛି ।
ସୋମବାର ସକାଳ ୬ ଟାରୁ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୩ ନମ୍ବର ୱାର୍ଡ ର କୌଣସି ବ୍ୟକ୍ତି ବାହାରକୁ ଯିବେ ନାହିଁ କି ବାହାର କୌଣସି ବ୍ୟକ୍ତି ଉକ୍ତ ୱାର୍ଡ କୁ ଆସିବେ ନାହିଁ ବୋଲି ସରପଞ୍ଚ ବେହେରା ୱାର୍ଡ ର ବିଭିନ୍ନ ପ୍ରବେଶ ପଥରେ ନୋଟିସ ମାରିଛନ୍ତି । ଯେଉଁମାନେ ଏହି ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ ପଂଚାୟତ ରେ ଆଲୋଚନା କରାଯାଇ ଦଣ୍ଡିତ କରାଯିବ । ୩ ନମ୍ବର ୱାର୍ଡ ର ଯେଉଁ ବ୍ୟକ୍ତି ଙ୍କ ଠାରେ ଜର, କାଶ, ଥଣ୍ଡା ହେଉଛି ସେମାନେ ତୁରନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରୀକ୍ଷା କରିନିଅନ୍ତୁ ବୋଲି ସରପଞ୍ଚ ଅନୁରୋଧ କରିଛନ୍ତି । ଘରେ ରୁହନ୍ତୁ ସୁସ୍ଥ ରହିବା ସହ କଣ୍ଟେନ୍ମେଣ୍ଟ୍ ଜୋନ୍ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result