No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଜୁନ , ସୋମବାର ) କୋରାଇ :- କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଯାଜପୁର ରୋଡ-ପାଣିକୋଇଲି ରାସ୍ତାର ବେଣାପୁର ଛକ ନିକଟରେ ଆଜି ଅପରାହ୍ନ ରେ ଭାରସମ୍ୟ ହରାଇ ଏକ ସ୍ୱଫ୍ଟ କାର ଓଲଟିଲା ପଡିଥିଲା । ଘଟଣା ସ୍ଥଳେ ଚାଳକର ମୃତ୍ୟୁ ହୋଇଥିଲା ବେଳେ ୩ଜଣ ସହଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଚଳାକ ଜଣଙ୍କ ଯାଜପୁରଟାଉନ ସ୍ଥିତ ଦେବୀ ଦ୍ୱାର ହରିପୁର ଗ୍ରାମର ଅଭୟ ଦାସଙ୍କ ପୁଅ ଅଭିନବ ଦାସ(୨୨) ହୋଇଥିଲା ବେଳେ ଆହତ ସହଯାତ୍ରୀ ଯାଜପୁର ସ୍ଥିତ ଆଙ୍କୁଲା ଗ୍ରାମର ଦାମୋଦର ସାହୁ (୩୧), ଯାଜପୁରଟାଉନ ସ୍ଥିତ ମୋଟରଙ୍ଗପାଳ ଗ୍ରାମର ଗୋବିନ୍ଦ ଦାସ(୫୧) ଓ

ତାଙ୍କ ପୁଅ ଅଙ୍କିତ ଦାସ(୧୪) ବୋଲି ଜଣାପଡିଛି । ପ୍ରକାଶ ଯେ, ସେମାବାର ଅପରାହ୍ଣ ପ୍ରାୟ ସାଢେ ୨ଟା ବେଳେ ଯାଜପୁର ଟାଉନରୁ ଏକ ସ୍ୱଫ୍ଟ କାର ନେଇ ଅଭିନବ ତାଙ୍କ ବନ୍ଧୁଘର ଯାଜପୁରରୋଡ ଆସୁଥିଲେ । ତାଙ୍କ ସହିତ ଅନ୍ୟ ୩ଜଣ ସଂପକୀୟ କାରରେ ବସିଥିଲା ବେଳେ ଅଭିନବ କାର ଚଳାଇ ଆସୁଥିଲେ । ଯାଜପୁର ରୋଡ-ପାଣିକୋଇଲି ରାସ୍ତାର ବେଣାପୁର ଛକ ନିକଟରେ ଏକ କୁକୁର ପସି ଆସିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।

କାରଟିର ସ୧ୁଖ ଭାଗ କାଚ ଭାଙ୍ଗଯିବା ସହ ଜଖମ ହୋଇଯାଇଥିଲା ବେଳେ ଚଳାକ ଅଭିନଭ ଚାପିହୋଇ ଯାଇଥିଲା ବେଳେ ଅନ୍ୟ ୩ଜଣ ସହ ଯାତ୍ରୀ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ନେଇ ଯାଜପୁରରୋଡ ସ୍ଥିତ କ୍ଷେତ୍ରୀୟ ଚିକିତ୍ସାଳୟ ଆଣି ଭର୍ତିକରିଥିଲେ । ହେଲେ ଚାଳକ ଅଭିନବର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲା ବେଳେ ଗୁରୁତର ଦାମୋଦର, ଗୋବିନ୍ଦ ଓ ଅଙ୍କିତଙ୍କୁ ଚିକିତ୍ସା କରାଯାଇଥିଲା । ଘଟଣା ସ୍ଥଳେ କୋରାଇ ପୁଲିସ ପହଂଚି କାରଟିକୁ ଜବତ କରିବା ସହ ଶବବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଏନେଇ କୋରାଇ ଥାନା ପୁଲିସ ଏକମାମଲ ରୁଜୁକରି ତଦନ୍ତ ଜାରି ରଖିଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result