• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘‘ଦୁଃଖରୁ ନିବୃତ୍ତି’’ ଶୀର୍ଷକ ଆନ୍ତର୍ଜାତିକ ଅନଲାଇନ ଆଲୋଚନା ଚକ୍ର ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
June 14, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
‘‘ଦୁଃଖରୁ ନିବୃତ୍ତି’’ ଶୀର୍ଷକ ଆନ୍ତର୍ଜାତିକ ଅନଲାଇନ ଆଲୋଚନା ଚକ୍ର ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର )ଟରୋଣ୍ଟୋ/ଦୁବାଇ/ଆମଷ୍ଟର଼ଡ୍ୟାମ/ଆୱାଲି/ନୂଆଦିଲ୍ଲୀ/କୋଚି/କୋଲକାତା/ଭୁବନେଶ୍ୱର :- ପ୍ରତିକୂଳ ପ୍ରରିସ୍ଥିତି ଦୁଃଖ ର କାରଣ ବୋଲି ବିଶିଷ୍ଟ ବାନପ୍ରସ୍ଥ ସାଧକ ସ୍ବାମୀ ମୁକ୍ତାନନ୍ଦ ପରିବ୍ରାଜକ ଏବଂ ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ମତପ୍ରକାଶ କରିଛନ୍ତି। ପ୍ରତ୍ୟେକ ମାନବ ଜୀବନରେ ଦୁଃଖ ଥାଏ ଏବଂ ଏହା ଅଧର୍ମ ଆଚରଣ ଯୋଗୁଁ ହିଁ ଜାତ ହୋଇଥାଏ ବୋଲି ଧର୍ମଗୁରୁ ମାନେ ସହମତି ପ୍ରକଟ କରିଛନ୍ତି। ପରମେଶ୍ବରଙ୍କ ନିକଟରେ ଶରଣ ପଶିଲେ ଓ ପରମାତ୍ମାଙ୍କୁ ଧ୍ୟାନ କଲେ ଦୁଃଖ ଲାଘବ ହୁଏ ତଥା ସୁଖ ପ୍ରାପ୍ତି ହୁଏ ବୋଲି ସ୍ବାମୀ ମୁକ୍ତାନନ୍ଦ ଏବଂ ସ୍ବାମୀ ସୁଧାନନ୍ଦ, ଏକ ସ୍ଵରରେ ସ୍ବୀକାର କରିଛନ୍ତି। ବିଶ୍ଵ ଓଡ଼ିଆ ସଂଗଠନ ମାନଙ୍କର ସହଯୋଗରେ ଥିଙ୍କର୍ସ କ୍ଲବ ପକ୍ଷରୁ ,

‘‘ଦୁଃଖରୁ ନିବୃତ୍ତି’’ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଅନଲାଇନ୍ ଆଲୋଚନା ଚକ୍ର ରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଉଭୟ ସିଦ୍ଧ ପୁରୁଷ ଦୁଃଖ ର ପରିଭାଷା, କାରଣ, ପ୍ରକାରଭେଦ ଓ ନିରାକରଣ ସଂକ୍ରାନ୍ତରେ ବିସ୍ତୃତ ବାଖ୍ୟା କରିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଲାଇଭ ଷ୍ଟ୍ରିମିଂ ଆଧ୍ୟାତ୍ମିକ ଅଧିବେଶନରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଥିଙ୍କର୍ସ କ୍ଲବ ର ସଭାପତି ବରଦା ଦାସ, କରୋନା ଭଳି କଷ୍ଟ କାଳରେ ସମଗ୍ର ବିଶ୍ଵର ଓଡ଼ିଆ ଅଧିବାସୀ ମାନଙ୍କୁ ଜୀବନର ମୂଲ୍ୟବୋଧ ଉପରେ ସଚେତନ କରାଇବା , ଏହି ଆୟୋଜନ ର ମହତ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ। ଭିଡିଓ କନରେନସିଂ ଜରିଆରେ ଏହି ବୈଠକରେ ସ୍ବାଗତ ଭାଷଣ ପ୍ରଦାନ କରି ସମ୍ମାନୀତ ବକ୍ତା ବିଶ୍ଵ ଓଡ଼ିଶା ସମାଜ ର ଅଧକ୍ଷ କିଶୋର ଦ୍ଵିବେଦୀ, ଦୁଃଖର ଆକାର, ପ୍ରକାର, ଉତ୍ପତ୍ତି ଏବଂ ନିବୃତ୍ତି ନେଇ ଜନମାନସରେ ରହିଥିବା ଦ୍ଵନ୍ଦ ଉପରେ ଆଲୋକପାତ କରିଥିଲେ।

ୱେବ୍ ବିଚରଗୋଷ୍ଠୀ କୁ ଶୁଭାରମ୍ଭ କରି ଗୁଜୁରାଟର ରୋଜଡ ଆଶ୍ରମରୁ ସ୍ବାମୀ ମୁକ୍ତାନନ୍ଦ, ଶାରୀରିକ, ମାନସିକ,ଭୌତିକ ଏବଂ ଦୈବିକ ଆଦି ବିଭିନ୍ନ ପ୍ରକାରର ଦୁଃଖ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସତ୍ୟ , ଧର୍ମ ଓ ନ୍ୟାୟ ମାର୍ଗରେ ଗତି କରି ଇଶ୍ଵର ପ୍ରାପ୍ତି କଲେ ଆନ୍ତରିକ ସୁଖ ଓ ଚିରନ୍ତନ ତୃପ୍ତି ସାଧନ ହୁଏ ବୋଲି ସ୍ବାମୀ ସୂଚାଇଥିଲେ। ଦୁଃଖରୁ ମୁକ୍ତି ଲାଭ କରିବା ପାଇଁ ସୁସ୍ଥ ଶରୀର, ସୂକ୍ଷ୍ମ ବୁଦ୍ଧି, ପବିତ୍ର ମନ, ସମ୍ପନ୍ନ ହେବା ସହିତ ଆତ୍ମଜ୍ଞାନ କୁ ଭଦ୍ରେକ କରିବାକୁ ମୁକ୍ତାନନ୍ଦ ପରିବ୍ରାଜକ ପରାମର୍ଶ ଦେଇଥିଲେ। ସମୀକ୍ଷକ ପ୍ରସିଦ୍ଧ ସାହିତ୍ୟିକ ଐଶ୍ୱର୍ଯ୍ୟା ବିଶ୍ଵାଳ, ଅତ୍ୟଧିକ ଲୋଭ ଯୋଗୁଁ ମଣିଷ ଭୁଲ କରେ ଓ ଦୁଃଖ ପାଏ ବୋଲି ଉଲ୍ଲେଖଥିଲେ। ୱେବିନାର୍ ରେ ଉଦବୋଧନ ଦେଇ ସୃତିନ୍ୟାସ ର ସଂସ୍ଥାପକ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତି ଯଥାକ୍ରମେ ସୁଖ ଓ ଦୁଃଖ ଦାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଦୁଃଖ ଓ ସୁଖ ଚୀର ନୁହନ୍ତି ତଥା ମିଥ୍ୟାଜ୍ଞାନ କାରଣରୁ ଆଧ୍ୟାତ୍ମିକ ଦୁଃଖ ପ୍ରାପ୍ତ ହୁଏ ବୋଲି ଶ୍ରୀ ସରସ୍ଵତୀ ଅବତାରଣା କରିଥିଲେ। ଶାରୀରିକ ସାମର୍ଥ୍ୟ, ଆର୍ଥିକ ସମ୍ବଳ, ବୌଦ୍ଧିକ ସରଞ୍ଜାମ ଓ ସାମାଜିକ ସଂହତି ସହିତ ଦୁଃଖ କୁ ସାମ୍ନା କରିବାକୁ ସ୍ୱାମୀଜୀ ଉପଦେଶ ଦେଇଥିଲେ। ମାନସ ମନ୍ଥନ ଆଲୋଚନା ରେ ବାହାରିନ ଓଡ଼ିଆ ସମାଜର ସଭାପତି ଦୀନେଶ ମହାନ୍ତି, ନେଦରଲାଣ୍ଡ ଓଡ଼ିଶା ସମାଜର ସଭାପତି ଶାଶ୍ଵତ ପାଢ଼ୀ, ଆମ୍ବେଦକର ପ୍ରତିଷ୍ଠାନର ନିର୍ଦ୍ଦେଶକ ଦେବେନ୍ଦ୍ର ମାଝି, କଳିଙ୍ଗ ଭାରତୀ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅକ୍ଷୟ ସାମଲ, ବିଜୟନୀ ଫାଉଣ୍ଡେସନ ର ଅଧକ୍ଷ ରିତା ପାତ୍ର, ଏନ୍.ଜି.ଓ ଫେଡେରେସନ୍ ର ସମ୍ପାଦକ ଡଃ ରବୀନ୍ଦ୍ର ନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ବିନାୟକ ଦାସ, କୋଲକତାରୁ ଉତ୍କଳ ଶିକ୍ଷା ସଂସଦ ର ଉପସଭାପତି ପୀତାମ୍ବର ବାରିକ, ବିକାଶ ଫାଉଣ୍ଡେସନର ପ୍ରତିଷ୍ଠାତା କୃପାନିଧି ବିଶ୍ଵାଳ, କୋଚିନ ନାଭାଲ ବେସ ରୁ ସାଧୁଚରଣ ସାହୁ, ସୁପ୍ରସିଦ୍ଧ ସଂସ୍କୃତିବିତ୍ କସ୍ତୁରିକା ପଟ୍ଟନାୟକ, ପଦ୍ମପୁର ରୁ ପ୍ରମୋଦ ପଣ୍ଡା, ବ୍ରଜ ଶର୍ମା ଏବଂ ଅବନିକାନ୍ତ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

 

ଶେଷରେ ନୂଆଦିଲ୍ଲୀସ୍ଥିତ ମହକାଂକ୍ଷା ପ୍ରତିଷ୍ଠାନ ର ସଂସ୍ଥାପକ ପୁଷ୍ପାଞ୍ଜଳି ବାରିକ ଏକ ମର୍ମସ୍ପର୍ଶୀ ଭଜନ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଓଡ଼ିଶା ସମାଜ ୟୁଏଇ ର ମିଡ଼ିଆ ସଂଯୋଜକ ସୁଧାଶ୍ରୀ ଦାଶ ଦୁବାଇ ରୁ ସମଗ୍ର କାର୍ଯ୍ୟକ୍ରମ ବେଶ୍ ସୁଚାରୁ ରୂପେ ସଞ୍ଚାଳନ ଓ ଖୁବ ଦକ୍ଷତା ର ସହ ଉପସ୍ଥାପନ କରିଥିଲେ। ଟରୋଣ୍ଟୋ ରୁ କାନାଡା ଦକ୍ଷିଣ ଏସୀୟ ସାଂସ୍କୃତିକ ଓ ବିକାଶ କେନ୍ଦ୍ର ର ଅଧ୍ୟକ୍ଷ ଡଃ ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରି ଥିଙ୍କର୍ସ କ୍ଲବ ଓ ବିଶ୍ଵଭରି ଓଡ଼ିଆ ସଂଗଠନ ମାନଙ୍କର ଏଭଳି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ନନ୍ଦନ ଦ୍ଵିବେଦୀ ଏବଂ ବିଭୂଦତ୍ତ ମହାନ୍ତି ସଫଳତାର ସହିତ ପରିଚାଳନା କରିଥିଲେ।ଏହି ଆଧ୍ୟାତ୍ମିକ ବିଚାର ଗୋଷ୍ଠୀରେ ସାମାଜିକ ଗଣମାଧ୍ୟମ ଗୁଡିକ ଜରିଆରେ ସମଗ୍ର ବିଶ୍ବରୁ ସହସ୍ରାଧିକ ଦର୍ଶକ ସାମିଲ ହୋଇଥିବା ଦେଖାଯାଇଥିଲା।

ଭର୍ଚୁଆଲ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଦୀପ୍ତି ରଂଜନ ନନ୍ଦ, ପ୍ରିତୀଶ ଦାଶ, ଡଃ ଆଦ୍ରିଶ ବ୍ରହ୍ମଦତ୍ତ, କମଳ ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ମନୋଜ ନାୟକ, ଅଜୟ ମିଶ୍ର, ଭବାନୀ ଦୀକ୍ଷିତ, ଡଃ ସୁରେଶ ଚନ୍ଦ୍ର ପଣ୍ଡା, ଡଃ କିଶୋର ମହାନ୍ତି, ଭରତ ମିଶ୍ର, ରମେଶ ସାହୁ, ପୂର୍ଣ୍ଣ ପଟ୍ଟନାୟକ, ମମତା ପ୍ରଧାନ, ସୁବାସ ପାଣିଗ୍ରାହୀ, ପି କେ ସାହୁ, ଅଶୋକ ପଟ୍ଟନାୟକ, ସୁଧାକର ବେହେରା, ସଞ୍ଜୟ ରାଉଳ, ଗାୟତ୍ରୀ ମିଶ୍ର, ଅହଲ୍ୟା ବାରିକ, ରମାକାନ୍ତ ମହାପାତ୍ର, ଅଶୋକ କୁମାର ପଣ୍ଡା, ପ୍ରଭାତ ରଂଜନ ଗିରି, କିଶୋର ସିହ୍ନା, ହୃଷୀକେଶ ପାତ୍ର ଏବଂ ରିତମ୍ଭରା ବାନାର୍ଜୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026

Recent News

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version