No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୪ ଜୁନ , ସୋମବାର ) ଭୁବନେଶ୍ୱର :- ରଜ ଓଡ଼ିଶାର ସାଂସ୍କୃତିକ ଗଣପର୍ବ । ବସୁଧା, ପ୍ରକୃତି ଓ ନାରୀମାନଙ୍କ ମହନୀୟତାକୁ ସମ୍ମାନ ଜଣାଇବାର ଏହା ଆମର ଅନନ୍ୟ ପରମ୍ପରା । ଆଜି ପହିଲି ରଜ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଓଡ଼ିଶାବାସୀ ବିଶେଷ କରି ମା’ ଓ ଝିଅମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ସାମ୍ପ୍ରତିକ ପରିସ୍ଥିତିରେ ଏହାକୁ ଘରେ ରହି ପରିବାର ସହ ପାଳିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି , ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ । ସମସ୍ତଙ୍କ ସଚେତନତା ଓ ସହଯୋଗ , କୋଭିଡ ଯୁଦ୍ଧରେ ଆମକୁ ନିଶ୍ଚୟ ବିଜୟୀ କରିବ । କୋଭିଡ ସଙ୍କଟ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ଏହାକୁ ପାଳନ କରନ୍ତୁ ।
No Result
View All Result