No Result
View All Result
“ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରେ ରାଜସୁନାଖଳା ରୁ ବେଗୁନିଆ ପର୍ଯ୍ୟନ୍ତ ୧୫ କିମି ବାଟ ସାଇକେଲ ରେ ଯାତ୍ରା କରି କରୋନା ସଂମ୍ପର୍କୀତ ସଚେତନତା ବାର୍ତା”
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ରାଜସୁନାଖଳା :- ରଣପୁର ବ୍ଲକ ରାଜସୁନାଖଳାସ୍ଥିତ ଗୋପବନ୍ଧୁ ଯୋଗ ସମିତି ତରଫରୁ କରୋନା ସଚେତନତା ବାର୍ତା ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ଭାଗିରଥି ପାଢୀ ଙ୍କ ନେତୃତ୍ୱ ରେ ଏକାଧିକ ସଦସ୍ୟ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରେ ରାଜସୁନାଖଳା ରୁ ବେଗୁନିଆ ପର୍ଯ୍ୟନ୍ତ ୧୫ କିମି ବାଟ ସାଇକେଲ ରେ ଯାତ୍ରା କରି କରୋନା ସଂମ୍ପର୍କୀତ ସଚେତନତା ବାର୍ତା ପ୍ରଦାନ କରିଥିଲେ ।
କରୋନା ସମୟରେ ଆମେମାନେ ଅଧିକାଂଶ ସମୟ ଘରେ ରହୁଥିବାବେଳେ ବାହାରକୁ ଯିବାସମୟରେ ଯାନବାହାନ ବ୍ୟବହାର ପରିବର୍ତେ ଯଦି ସାଇକେଲ ବ୍ୟବହାର କରିବା ତେବେ ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାସହ ଆମେ ନିରୋଗ ରହିବା ଓ କରୋନା କୁ ମୁକାବିଲା କରିପାରିବା ବୋଲି ସେମାନେ ବାର୍ତା ପ୍ରଦାନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ସମିତି ସଂପାଦକ କିଶୋର କୁମାର ରାଉତରାୟ ବରିଷ୍ଠ ଶିକ୍ଷକ ଗୋବିନ୍ଦ ନାୟକ ପ୍ରମୁଖ ସାମିଲ ହୋଇଥିବାବେଳେ ଜାତୀୟ ରାଜପଥ ରେ ଏହି ସଚେତନତା ବାର୍ତା କୁ ସାଧାରଣ ରେ ସ୍ୱାଗତ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।
No Result
View All Result