No Result
View All Result
ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :-
୧୯୮ ତିନିରଥର ମୋଟ ମହାରଣା ୭୯ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୯ ରଥଖଳା ସହାୟକ ୧ ମୋଟ ୧୯୮
ରଥ ନିର୍ମାଣ ଅଗ୍ରଗତି :-
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର )ପୁରୀ ,ରବିବାର ରଥ ଖଳାରୁ :- ତିନିରଥର ଚକ ଡେରା ନୀତି ପରେ ଆଜି ତିନି ରଥରେ ଦଣ୍ଡା ପଡି ଅଛି । ଅଖ ମାନଙ୍କରେ ଦଣ୍ଡା ଗୁଡିକ ମଜଭୁତ ହୋଇ ରହିବାପାଇଁ ସେଥିରେ ଅଗ ପାତେଳି କଣ୍ଟା ଵାଡ଼ିଆ ହେବ। ଏଣୁ ଦଣ୍ଡା ଗୁଡ଼ିକ ଆଖକୁ ସ୍ପର୍ଶ କରୁଥିବା ସ୍ଥାନ ରେ ଦଣ୍ଡାର ତାଳପଟ ଅର୍ଦ୍ଧ ଚନ୍ଦ୍ରାକାର ଭଳି କଟା ଯାଇ ବା କାପ କରାଯିବା ସ୍ଥାନ ଗୁଡିକରେ କାପ ଚିହ୍ନ ବା କାପ ଗାରିଆ ହେବ, ଅଖ ଉପରୁ ଦଣ୍ଡା କଢ଼ା ଯାଇ ଦଣ୍ଡାରେ କାପ ଖୋଦେଇ ପରେ ପୁନଶ୍ଚ କାପ ହୋଇଥିବା ଦଣ୍ଡା ଗୁଡିକୁ ଅଖ ସହିତ ସେଟ କରାଯାଇ ଅଗ ପାତେଳି କଣ୍ଟା ଵସି ଦଣ୍ଡା ଫ୍ରେମ ଗୁଡିକରେ ବିଭିନ୍ନ ଅଂଶ ଯଥା ମୁହାଁଟି, କୋଣଗୁଜ, ଜଳଯନ୍ତ୍ର ଇତ୍ୟାଦି ସେଟିଙ୍ଗ କରାଯିବ , ଆଜି ବର୍ଷା ହେତୁ ଦଣ୍ଡାରେ କାପ ଚିହ୍ନ ବା କାପ ଗାରିଆ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି ।
ଦୋଳବେଦୀ ଠାରେ କରତିସେବକ ମାନେ ଦେବଦଳନ ରଥର ପୋଲ- ଗୟଳ ଚିରଟ କାମ ଆରମ୍ଭ କରିଛନ୍ତି ଦୋଳ ବେଦୀସ୍ଥ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନି ରଥ ରେ ଦଣ୍ଡା ବସିବାପାଇଁ ଆବଶ୍ୟକ କଣ୍ଟା ଯଥା ତାଳଧ୍ଵଜ ରଥପାଇଁ ‘ଅଗ ପାତେଳି’-୩୮ଏବଂ ‘ଚଉରସ’ କଣ୍ଟା ରୁ୩୯ ମୋଟ ୭୭ ଟି କଣ୍ଟା,ଦେବଦଳନ ରଥପାଇଁ ୨୮ ଟି ଅଗ ପତେଳି ଏବଂ ୩୦ଟି ଚଉରସ କଣ୍ଟା ମୋଟ ୫୮ ଟି କଣ୍ଟା ଏବଂ ନନ୍ଦିଘୋଷ ରଥ ପାଇଁ ୪୦ ଗୋଟି ଅଗ ପାତେଳି,ଓ ୪୮ ଟି ଚଉରସ କଣ୍ଟା ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ଥିବାରୁ ଉକ୍ତ କଣ୍ଟା ସାଇତା କାମ କରିଛନ୍ତି ।
ରଥ ଖଳା ଠାରେ, ତିନି ରଥର ଚକ ଡେରା ଏବଂ ଦିଗ ନିର୍ଣ୍ଣୟ ସମ୍ପୂର୍ଣ୍ଣ ହୋଇଅଛି। ରଥ ମାନଙ୍କର ଦୁଇଟି ଲେଖାଁଏ ଗରଗରାରେ ବିନ୍ଧ ଖୋଦେଇ କାର୍ଯ୍ୟ ଓ ୭ ଟି ଲେଖାଁଏ ଯୋଖା ନିର୍ମାଣ ଶେଷ ହୋଇଛି । ଏହା ସହ ଗୋଟାଏ ଲେଖାଁଏ ଢମକର ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସିଂହାସନ ଓ ପ୍ରଭା ଅପସର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି ।
ରଥ ନିର୍ମାଣ ଆଜି ର ଅଗ୍ରଗତି :-
ଆଜି ବର୍ଷା ଯୋଗୁଁ ପାଗ ଖରାପ ଥିବାରୁ ସକାଳ ୮ରୁ ପୂର୍ବାହ୍ନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲି ପୂର୍ବାହ୍ନ ଠାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା, ମଧ୍ୟାହ୍ନ ବିରତି ପରେ ପାଗ ବଦଳି ବାରୁ ଅପରାହ୍ନରେ ରଥ ନିର୍ମାଣ କାରୀ ସେବକ ମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଆଜି ବର୍ଷା ପୂର୍ବରୁ ତିନି ରଥରେ ଦଣ୍ଡା ପଡି ଥିଲା,ପରେ ତିନି ରଥରେ ‘ଦଣ୍ଡା ଗୋଳେଇ’ ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ ସାରି ଦଣ୍ଡା ଏବଂ ଆଖକୁ ଦଉଡି଼ ରେ ଟାଣ ଦେଇ ବାନ୍ଧିଛନ୍ତି, ଆସନ୍ତାକାଲି ଦଣ୍ଡାରେ କଣ୍ଟା ଵାଡ଼ିଆ କାମ ଆରମ୍ଭ ହେବ । ତିନି ରଥର ଦୁଇଟି ଲେଖାଁଏ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ । ରୂପକାର ସେବକ ମାନେ ତିନିରଥ ର ନାଟଗୋଡ ରେ ଖୋଦେଇ କାମ ଜାରୀ ରଖିଛନ୍ତି. ଦୋଳବେଦୀ ସ୍ଥ କମାର ଶାଳରେ ଓଝା ସେବକ ମାନେ ଦଣ୍ଡା କଣ୍ଟା ସାଇତା ପରେ ତିନି ରଥ ଦଣ୍ଡା ଉପରି ଭାଗ ପାଇଁ କଣ୍ଟା ନିର୍ମାଣ କରୁଛନ୍ତି ।
No Result
View All Result