No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ରାୟଗଡ଼ :- ଗଜପତି ଜିଲା ରାୟଗଡ ଥାନା ଅଧିନ କୁମୁଳାସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରୁସାହି ଗ୍ରାମରେ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରରେ ଛେଚି ଲକିନ ଶବରଙ୍କୁ ତାଙ୍କ ବଡ଼ ଭାଇ ,ପୁତୁରା ଓ ଭାଇଙ୍କ ଶାଳକ ତିନି ଜଣ ମିଶି ମିଳିତ ଭାବେ ହତ୍ୟା କରିଛନ୍ତି ବୋଲି ଲିଖିତ ଅଭିଯୋଗ ଆଣିଛନ୍ତି ମୃତକଙ୍କ ସ୍ତ୍ରି କାଅତି ଶବର। ଉକ୍ତ ଅଭିଯୋଗ କୁ ଭିତ୍ତି କରି ରାୟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଜାରିରଖିବା ଜଣାପଡିଛି l
ପ୍ରକାଶ ଯେ, ମୃତକଙ୍କ ସ୍ତ୍ରୀ କାଅତିଙ୍କ ଲିଖିତ ଅଭିଯୋଗ ପ୍ରକାରେ ଗତ ଗୁରୁବାର ଦିନ ସେ ଓ ସ୍ୱାମୀ ଲକିନ ଏବଂ ତାଙ୍କ ଦେଢଶୁର ହେବା ସାନ ଗୁଡୁମା ଶବର ଓ ଗୁଡୁମା ଙ୍କ ପୁଅ ଦୁଖ ଶବର ଙ୍କ ସହ ମିଶି ଏକ ବାଡ଼ରେ କାମ କରୁଥିବା ବେଳେ ତାଙ୍କ ଦେଢଶୁର ଓ ପୁତୁରା ବେପରୁଆ ଭାବେ କାମ କରୁଥିବା ଦେଖି ତାଙ୍କ ସ୍ୱାମୀ ଠିକ୍ ରୁପେ କାମ କରିବାକୁ କହିଥିଲେ ସେଥିରେ ଉତ୍ୟକ୍ତ ହୋଇ ସେମାନେ ଲକୀନ କୁ ଜୀବନରେ ମାରି ଦେବୁ ବୋଲି ଧମକ ଦେଇ ସେଠାରୁ ଚାଲି ଯାଇଥିଲେ I ଶନିବାର ରାତ୍ର ପ୍ରାୟ ଦଶ ଘଣ୍ଟା ସମୟରେ ଘରୁ ଡାକିନେଇ ଦାଣ୍ଡରେ ସାନ ଗୁଡୁମା ଶବର, ଦୁଖ ଶବର ଓ ସାନ ଗୁଡୁମାଙ୍କ ଶାଳକ ଶିବ ଶବର ତିନି ଜଣ ମିଶି ପଥରରେ ଛେଚି ହତ୍ୟା କରିଥିଲେ I
ଅଭିଯୋଗ ପାଇଲା ପରେ ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୋୖଡ ଓ ଷ୍ଟାପସହ ଯାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିବା ସହିତ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ପଥର ଓ କୋଡ଼ୀ ବେଣ୍ଟ କୁ ଜବତ କରି ଶବକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବାବେଳେ ଏ ନେଇ ରାୟଗଡ ଥାନାରେ ୫୪/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଅଟକ ରଖି ପଚାର ଉଚରା କରାଯାଇ ଅଧିକ ତଦନ୍ତ କରାଯାଉଥିବା ରାୟଗଡ ଥାନା ଅଧିକାରୀ ଶ୍ରି ଗୋୖଡ ସୁଚନା ଦେଇଛନ୍ତି । (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result