No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) କଳାହାଣ୍ଡି :- କରୋନା ମହାମାରୀ ସମୟରେ ଲୋକଙ୍କ ଯେକୌଣସି ଅସୁବିଧା ସମୟରେ ଛିଡ଼ା ହୋଇ ସାହାଯ୍ୟର ହାତ ବଢ଼ାଇବା ସକାଶେ ବିଜୁ ଜନତା ଦଳର ସମସ୍ତ ସଦସ୍ୟଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ ମୁଖ୍ୟମନ୍ତ୍ରୀଙ୍କ କଥାରେ ଅନୁପ୍ରାଣିତ ହୋଇ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସବୁ ସମୟରେ ଆଗେଇ ଆସୁଛନ୍ତି। ନର୍ଲା ଗ୍ରାମର ଘନଶ୍ୟାମ ବାଗ(୧୮) ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ନର୍ଲା, ଭବାନୀପାଟଣା, ବୁର୍ଲା ଓ କଟକ ମେଡିକାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଅର୍ଥ ଅଭାବରୁ ଘରକୁ ଫେରି ଶଯ୍ୟାଶାୟୀ ହୋଇ ପଡିରହିଥିଲେ। ଦୁର୍ଘଟଣାରେ ଗୋଟିଏ ଗୋଡ଼ ସଂପୂର୍ଣ୍ଣ ଅଚଳ ହୋଇପଡିଥିଲା ।
ଘର ଲୋକେ ଶେଷରେ ନିରାଶ ହୋଇ ବିଜେଡି ନେତା ବାବୁଲି ମଣ୍ଡଳ ସହ ଯୋଗାଯୋଗ କରିଥିଲେ।ଶ୍ରୀ ମଣ୍ଡଳ ଘନଶ୍ୟାମ ବାଗଙ୍କ ଚିକିତ୍ସା ପାଇଁ ପୁଣି ଥରେ ଭବାନୀପାଟଣା ଚିକିତ୍ସାଳୟ ଓ ପରେ ରାୟପୁର ମେଡିକାଲ ଯିବା ପାଇଁ ନିଜ ଖର୍ଚ୍ଚରେ ଗାଡ଼ି ଭଡ଼ା ଯୋଗାଡ଼ କରି ଦେଇଥିଲେ। ଘନଶ୍ୟାମର ଗୋଡ଼ ଅସ୍ତ୍ରୋପଚାର ସରକାରୀ ସହାୟତାରେ ହେବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ବାବୁଲି ମଣ୍ଡଳଙ୍କ ସହଯୋଗକୁ ଏବେ ପରିବାର ଲୋକ ଭୁଲି ପାରୁ ନାହାଁନ୍ତି। ନର୍ଲା ବିଜେଡି କର୍ମୀ ଦିଲ୍ଲିପ ନାଏକ,ବିଜୟ ବୁଦ୍ଧିଆ ପ୍ରମୁଖ ଘନଶ୍ୟାମଙ୍କ ଘରେ ଉପସ୍ଥିତ ହୋଇ ତାଙ୍କ ସ୍ଵାସ୍ଥ୍ୟ କଥା ବୁଝିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ଚିଫ ବ୍ୟୁରୋ )
No Result
View All Result