No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଗଣିତ ଏହି ଅଞ୍ଚଳର ବିକାଶ ଦିଗରେ ରାଜ୍ୟସରକାର ଅନେକ ଯୋଜନା ଅନେକ ପ୍ରକଳ୍ପ ଜଗାଇଥାନ୍ତି ଆଦିବାସୀ ଅଞ୍ଚଳ ହେଉଥିବାରୁ ଠିକ ଏହାର ଫାଇଦା ଉଠାଇବାରେ ଟିକିଏ ବି ପଛାଉ ନାହାଁନ୍ତି କିଛି ଅସାଧୁ ଠିକାଦାର ଓ ଦାୟୀତ୍ୱରେ ଥିବା କନିଷ୍ଟ ଯନ୍ତ୍ରୀ । ଜଳଯୋଗଣ ବ୍ୟବସ୍ଥା ହେଉ କିମ୍ବା ନିର୍ମାଣଧୀନ କାର୍ଯ୍ୟ ହେଉ । ସୂଚନାଯୋଗ୍ୟ ଗୁମ୍ମା (ଆରଏମସି) ନିୟନ୍ତ୍ରିତ ବଜାର କମିଟିରେ ଏକ ଆରଏମସି ବିଲଡିଂ ଗୃହ ନିର୍ମାଣ କରାଯାଇଛି । କିନ୍ତୁ ଏହିଗୃହ ଏ ପର୍ଯ୍ୟନ୍ତ ଉଦଘାଟନ ବି କରାଯାଇନି ଏହାର ସମ୍ମୁଖରେ ଥିବା ଖୋଳା ନିମ୍ନମାନର କାର୍ଯ୍ୟ ହେଇଥିବାରୁ ଖୋଳା ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି l
ଠିକାଦାର ଯନ୍ତ୍ରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଆର ଏମ୍ ସି କରାଯାଇଥିବା ନିର୍ମାଣକାର୍ଯ୍ୟ ଅତି ନିକୃଷ୍ଟ ଧରଣର ହୋଇଥିବା ଏବଂ କାର୍ଯ୍ୟରେ ଅନିୟମିତତା ଯୋଗୁଁ ଖୋଳା ଭୁଶୁଡିପଡିଥିବା ଗୁମ୍ମା ବ୍ଲକର ଜନସାଧରଣ ଅଭିଯୋଗ କରିଛନ୍ତି ଏନେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ଏହି କାର୍ଯ୍ୟ କରିଥିବା ଠିକାଦାର କେ.ସମେଶୁଙ୍କ କହିବା ଅନୁଯାୟୀ ସେ କାର୍ଯ୍ୟ ସମାପନ କରି ୬ମାସ ହେଲା ଏବଂ ଆରଏମସି କୁ ହସ୍ତାନ୍ତର ମଧ୍ୟ କରି ଦେଇଛନ୍ତି କନିଷ୍ଟ ଯନ୍ତ୍ରୀ ଅଶୋକ କୁମାରଙ୍କ କହିଛନ୍ତି ଯେ, ଭୁଶୁଡିଥିବା କାର୍ଯ୍ୟ ମରାମତି ବଳକା ଟଙ୍କାରେ କରାଯିବ ।

ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି କାର୍ଯ୍ୟରେ ଅନିୟମିତତା ପରେ ମରାମତି ନାଁରେ ଏମିତି ଲକ୍ଷ ଲକ୍ଷ ଟଙ୍କା ସରକାରୀ ରାଜକୋଷରୁ ଖର୍ଚ୍ଚକରି ସରକାରଙ୍କୁ କାଙ୍ଗାଳ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ଆଭିମୁଖ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି l ଭୁସୁଡ଼ିଥିବା ଖଳାର କାର୍ଯ୍ୟ ପୁନଃ ନିର୍ମାଣ ପାଇଁ ଠିକାଦାରଙ୍କ ସିକ୍ୟୁରିଟି ଟଙ୍କାରୁ ଆଦାୟ କରି କାର୍ଯ୍ୟକରାଯାଉବୋଲି ଦାବି ହେଉଛି l ସରକାର କା ମାଲ ଦରିଆମେ ଡ଼ାଲ’ ଭଳି କାର୍ଯ୍ୟକୁ ବିଜେଡି ସଂଖ୍ୟାଲଘୁ ସେଲର ସମ୍ପାଦକ ଡ଼ଃ ପୋଲବ କୁମାର ଲିମା ଗୁମ୍ମା ବିଜେଡି ବ୍ଲକ ସଭାପତି ଏନିୟାସ ଶବରଓ ଯୁବ ସମାଜସେବୀ ଏଭିଜନ ମଣ୍ଡଳ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କହିଛନ୍ତି l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result