No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ହିଞ୍ଜିଳିକାଟୁ :- ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ବିକାଶ ଓ ଶିକ୍ଷା ପ୍ରଶାସନରେ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ସାଙ୍ଗଠନିକ ପୁନର୍ବିନ୍ୟାସ କରିଥିଲେ।ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଶିକ୍ଷା ସେବାର ୫୨ ଜଣ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗକୁ ପଦୋନ୍ନତି ଦିଆଯାଇଛି।ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ସମେତ ଶେରଗଡ଼,କଙ୍କରଡା, ଦିଗପହଣ୍ଡି,ଭଞ୍ଜନଗର,ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଳକ ଶିକ୍ଷା ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗ ପଦୋନ୍ନତିର ମାନ୍ୟତା ପ୍ରଦାନ କରାଯାଇଛି। ଗତ ୨୦୧୭ ସାଲ ମାର୍ଚ୍ଚ ମାସରେ ଓଡିଶା ଶିକ୍ଷା ସେବା ଅଧିକାରୀ ଶାନ୍ତିଲତା ମୁନୀ ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ସର୍ବ ପୁରାତନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।
ବୃନ୍ଦାବନ ବିଦ୍ୟାପୀଠ ଓ ବାଳିକା ଉଚ୍ଚ ବିଦ୍ୟାଳୟର ମିଶ୍ରଣ ହେଲା ପରେ ଗତ ୨୦୧୯,ଜୁଲାଇ ୧ତାରିଖରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପୁନଃ ଦାୟିତ୍ୱଭାର ଗ୍ରହଣ କରିଥିଲେ।ସେ ନିଜ ଅଦ୍ୟମ ନିଷ୍ଠା ଓ ଆନ୍ତରିକ ପ୍ରଚେଷ୍ଟା ବଳରେ ବିଦ୍ୟାଳୟରେ ସମସ୍ତ ସହଯୋଗୀଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଶିକ୍ଷା ପ୍ରଶାସନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଏକ ବିଶେଷ ଭୂମିକା ନିର୍ବାହ କରି ଆସୁଛନ୍ତି।ନିଜ ପ୍ରଶାସନିକ ଦକ୍ଷତାକୁ ଉପଯୋଗ କରି ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବିଙ୍କ ମାର୍ଗ ଦର୍ଶନ ଓ ପ୍ରେରଣାରେ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହ ଉତ୍କର୍ଷତାର ଶୀର୍ଷସ୍ଥାନ ହାସଲ କରିବା ତାଙ୍କ ଲକ୍ଷ୍ୟ ରହିଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।ତାଙ୍କ ପଦୋନ୍ନତି ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ଏଥିପାଇଁ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଶିକ୍ଷାମନ୍ତ୍ରୀ ସମୀର ଦାଶ ଓ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଶିକ୍ଷା ସେବା ଅଧିକାରୀ ସଂଘ ରାଜ୍ୟ ସଭାପତି ପ୍ରଦୀପ କୁମାର ନାୟକ ଓ ସାଧାରଣ ସମ୍ପାଦକ ଡଃ ସନାତନ ପଣ୍ଡାଙ୍କୁ ଶ୍ରୀମତୀ ମୁନୀ ଶ୍ରେୟ ପ୍ରଦାନ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result