No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ବାଙ୍କୀ ଡମପଡା ବ୍ଲକ ନରଗାଙ୍ଗ ପଞ୍ଚାୟତ ନିକଟ ମହାପର୍ବତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆ ମାନେ ବହୁ ମୂଲ୍ୟବାନ ଗଛ କାଟି ଟ୍ରକ ରେ ବୋଝେଇ କରି ଭୁବନେଶ୍ୱରକୁ ଚାଲାଣ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା କାଠ ବୋଝେଇ ଟ୍ରକ ସହ ଡ୍ରାଇଭର କୁ ରଖାଯାଇଛି ଥିଲା ଅଟକ। ବନବିଭାଗକୁ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ସୁଧା ଘଟଣା ସ୍ଥଳକୁ କୌଣସି ଅଧିକାରୀ ଆସି ନଥିଲେ ।ଖୋର୍ଦ୍ଧା ବନଖଣ୍ଡ ଅଧିନ ବାଙ୍କୀ ଶିଶୁଆ ବନଖଣ୍ଡ ଅଧିକାରୀ ଚିତ୍ତ ରଂଜନ ମିଶ୍ର ଙ୍କ ଜାଣତରେ ସବୁ କାଠ ଜଙ୍ଗଲରୁ ଲୁଟ ପଛରେ ବନବିଭାଗ ହାତ ରହିଥିବା ଅଭିଯୋଗ କଲେ ଗ୍ରାମ ବାସୀ ଓ ସ୍ଥାନୀୟ ବୁଦ୍ଧି ଜିବୀ। ଗ୍ରାମବାସୀଙ୍କ ଅଭିଯୋଗ ସଂରକ୍ଷିତ ଜଙ୍ଗଲରୁ ପ୍ରତ୍ୟକ ଦିନ ମୂଲ୍ୟବାନ ଗଛ କାଟି କରି ବାହାରକୁ ବନ ବିଭାଗର ଜ୍ଞାତସାର ରେ ଚାଲାଣ ଜଙ୍ଗଲ କାଠ ମାଫିଆ ଙ୍କ ଦ୍ଵାରା ଚାଲାଣ କରାଯାଉଛି।
ଏ ସବୁ ଘଟଣା ବାଙ୍କୀ ବନ ବିଭାଗ ଜାଣିଥିଲେ ମଧ୍ୟ ମୋଟା ଅଙ୍କର ଟଙ୍କା ପାଇ ନିରବ ରହୁଛି ସୂଚନା ଯୋଗ୍ୟ ଫରେଷ୍ଟର ଶ୍ରୀ ମିଶ୍ର ବନବିଭାଗ କାର୍ଯ୍ୟାଳୟ ରେ ଅଧିକାଂଶ ସମୟ ରେ ମଦ ପିଇ ଡିଉଟି କରୁଛନ୍ତି। ସରକାର ଙ୍କ ସଂରକ୍ଷିତ ଜଙ୍ଗଲ ଆଇନ ଅନୁଯାୟୀ କାଠ ମାଫିଆ ଙ୍କୁ ଚିହ୍ନଟ କରି ଭି ଗିରଫ କରିବା ସହ ବାଙ୍କୀ ବନଖଣ୍ଡ ଦାୟିତ୍ୱରେ ରହିଥିବା ବନପାଳ ଶ୍ରୀ ମିଶ୍ର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଗ୍ରାମର ବହୁ ବୁଦ୍ଧି ଜୀବୀ। ଅପର ପଟେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିବା ଟ୍ରକ ଡ୍ରାଇଭର ଭାଗିରଥି ସିଂ କହିଛି ଏ ସବୁ କାଠ ଭୁବନେଶ୍ୱରକୁ ଚାଲାଣ କରାଯାଏ ଓ ୫ ରୁ ୮ ଟି କାଠ ବୋଝେଇ ଟ୍ରକ ରେ ପୂର୍ବରୁ କାଠ ଚାଲାଣ କରି ସରିଛି।ଏ ସବୁ ଚାଲାଣ ପଛରେ ବେଗୁନିଆ ବ୍ଲକ ଗେଡିଆପଲ୍ଲୀ ଅଞ୍ଚଳର କିଛି ଜଙ୍ଗଲ କାଠ ମାଫିଆଙ୍କ ରହିଛି ହାତ ହାତ ଅଛି ବୋଲି ସେ ପ୍ରକାଶ କରିଛି। ଗ୍ରାମ ବାସୀ ଙ୍କ ପକ୍ଷରୁ ପ୍ରକାଶ କୁମାର ବେହେରା ଏ ସମ୍ପର୍କରେ ବାଙ୍କୀ ପୋଲିସ ଙ୍କୁ ଅଭିଯୋଗ କରିଥିଲେ ୪ଘଣ୍ଟା ବିଳମ୍ବ ରେ ପହଞ୍ଚି ଉକ୍ତ ଗାଡି କୁ ଜବତ କରି ବାଙ୍କୀ ଥାନା କୁ ଆଣିଥିଲା ।
କିଛି ଘଣ୍ଟା ଉକ୍ତ ଗାଡିକୁ ଅଟକ ରଖି ପୋଲିସ ଗାଡିକୁ ଛାଡି ଦେଇଥିଲା।କାହା ଚାପ ରେ ପୋଲିସ ସଂରକ୍ଷିତ ଜଙ୍ଗଲ ରୁ କାଠ ମାଫିଆ ଙ୍କ ଦ୍ଵାରା ଟ୍ରକ ରେ ଯାଉଥିବା ଚୋରା କାଠ କୁ ଜବତ କରି ଥାନା କୁ ଆଣି ଛାଡି ଦେଲା ବୋଲି ବହୁ ବୁଦ୍ଧି ଜୀବୀ ପ୍ରଶ୍ନ ଉଠେଇ ଛନ୍ତି ଓ ମାଲକାନଗିରି ରୁ ଆସି ବାଙ୍କୀ ରେ ନୂତନ ଭାବେ ଯୋଗ ଦେଇଥିବା ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠେଇ ଲେ ଉକ୍ତ ଗ୍ରାମ ର ସଚେତନ ଜନସାଧାରଣ ଅଭିଯୋଗ ପରେ ବିନା ତଦନ୍ତ ରେ ପୋଲିସ କିପରି ଗାଡି ଓ ଡ୍ରାଇଭର କୁ ଛାଡି ଦେଲା ତାହା କାହା ଚାପ ରେ ବସ୍ତବିକ ଚିନ୍ତା ର ବିଷୟ।
ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଙ୍କୁ ଫୋନ ରେ ପଚରିବାରୁ ସେ କହିଲେ ଉକ୍ତ ଗାଡି କୁ ଛାଡି ଦିଆଯାଇଛି।ଏ ସମ୍ପର୍କରେ ଶିଶୁଆ ବନଖଣ୍ଡ ଅଧିକାରୀ ଶ୍ରୀ ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ଉକ୍ତ ବ୍ୟକ୍ତି ଯେଉଁ ଜାଗାରୁ କାଠ ନେବ ବୋଲି ଖୋର୍ଦ୍ଧା ରେଞ୍ଜଅଫିସର ଅସିତ ମିଶ୍ର ଙ୍କ ଠାରୁ ଆଣିଥିଲା ସେଠାରୁ ନକାଟି ଅନ୍ୟ ସ୍ଥାନରୁ କାଟିଛି ଏହା ମୋର କ୍ଷମତା ରେ ନାହିଁ ରେଞ୍ଜ ଅଫିସର ଙ୍କୁ ପଚାର ରେଞ୍ଜ ଅଫିସର ଙ୍କୁ ଯୋଗାଯୋଗ ପାଇଁ ୨ଥର ଫୋନ କରିଥିବା ବେଳେ ସେ ପ୍ରଗତିବାଦୀ ସାମ୍ବାଦିକ ଙ୍କ ଫୋନ ଦେଖି କାଟି ଦେଲେ।ରାଜ୍ୟ ସରକାର ବୃକ୍ଷ ରୋପଣ ଓ ଜଙ୍ଗଲ ସଂରକ୍ଷଣ ପାଇଁ ନିୟମ କରିଥିବା ବେଳେ ଖୋଦ ବନ ବିଭାଗ ର ଏପରି ମାଫିଆ ଙ୍କୁ ସହଯୋଗ ତଦନ୍ତ ସାପେକ୍ଷ । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result