No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୨ ଜୁନ୍ , ଶନିବାର ) ଓଡ଼ଗାଁ :- ଓଡ଼ଗାଁ ଡାକବିଭାଗ ଆନୁକୂଲ୍ୟରେ ଆଜି ଦିନ ୧୦ଟା ସମୟରେ କୁରାଳ ଉପଡାକଘର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଛି । ମୁଖ୍ୟ ଅତିଥି ରୂପେ ଲଲିତ ମୋହନ ତ୍ରିପାଠୀ ଯୋଗଦେଇଥିବା ବେଳେ ଉପଡାକଘର ପୋଷ୍ଟମାଷ୍ଟର ରମେଶ ଚନ୍ଦ୍ର ଦୋରା ଉପସ୍ଥିତ ଥିଲେ ।
ଏବଂ ଡାକ ବିଭାଗ କର୍ମଚାରୀ ଅଶୋକ ଶଙ୍କର ସାହୁ , ଚିନ୍ମୟ ପାଲ , ବାଳକୃଷ୍ଣ ବେହେରା , ବିରେନ୍ଦ୍ର କୁମାର ପାତ୍ର , ପୋଷ୍ଟାଲ ପ୍ରତିନିଧି ସୁରଜ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ନୟାଗଡ଼ ଜିଲ୍ଲା ଡାକବିଭାଗର ଅଧ୍ୟକ୍ଷ ଭରତ ପାତ୍ରଙ୍କ ଦ୍ୱାରା ଉଦ୍ଘାଟନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିଲେ ସୁଦ୍ଧା ଜରୁରୀକାଳୀନ କାର୍ଯ୍ୟ ନିମନ୍ତେ ସେ ଯୋଗଦେଇ ପାରିନଥିଲେ ।
ପ୍ରକାଶ ଥାଉକି ପୂର୍ବରୁ କୁରାଳ ଉପଡାକଘର ନେଳିଆ ସାହିରେ କାର୍ଯ୍ୟ କରୁଥିବା ବେଳେ ଆଜିଠାରୁ କୁରାଳ ଚଣ୍ଡୀଛକ ଠାରେ କାର୍ଯ୍ୟକାରି ହେବ । ସରକାରଙ୍କ କୋଭିଡ୍ ନିୟମ ଅନୁପାଳନପୂର୍ବକ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା ହୋଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result