ପୁରୀ, ତିନିରଥ ନିର୍ମାଣ – ଶୁକ୍ରବାର ର ଅଗ୍ରଗତି
ଓଡ଼ିଶା ତାଜା ନ୍ୟୁଜ୍ (୧୧ଜୁନ ଶୁକ୍ରବାର ) ପୁରୀ ରିପୋର୍ଟ ଅଭିମନ୍ୟୁ :- ରଥ ଖଳା ଠାରେ, ତିନି ରଥର ସମସ୍ତ ୪୨ଟି ଚକ ନିର୍ମାଣ ସହ ୪୪ଟି କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ରଥ ଗୁଡ଼ିକର ପାଞ୍ଚୋଟି ଲେଖାଁଏ ଯୋଖା ନିର୍ମାଣ କାର୍ଯ୍ୟ ଏବଂ ନାଟ ଗୋଡରେ ରୂପ ଖୋଦେଇ କାମ ଆରମ୍ଭ ହୋଇଛି ।
ଶୁକ୍ରବାର ରଥ ଖଳାରୁ : ରଥ ନିର୍ମାଣ ଅଗ୍ରଗତି : ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୫ ତିନିରଥର ମୋଟ ମହାରଣା ୭୭ ତିନିରଥର ଭୋଇ ସେବକ ୭୬ ତିନିରଥର କରତି ସେବକ ୪ ପାହି ମହାରଣା ୧ ଓଝା ବା କମାର ସେବକ ୧୫ ତୁମ୍ବ ବିନ୍ଧ କାରୀଗର ୨ ତିନିରଥର ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ ୧୯୫
ରଥ ନିର୍ମାଣ ଆଗ୍ରଗତି : *ତିନି ରଥର ୪୨ ଚକ ନିର୍ମାଣ ଶେଷ *ତିନିରଥର ଚେସିସ ବା ଦଣ୍ଡା ଫ୍ରେମ ପ୍ରସ୍ତୁତି ଶେଷ , ଦଣ୍ଡା ଫ୍ରେମରେ ସଂଯୋଗ ହୋଇଥିବା ଅଂଶ ଗୁଡିକର ନମ୍ବରିଂ ହୋଇ ଖୋଲାଯିବ । (ରଥର ପ୍ରଥମ ପର୍ଯ୍ୟାୟ ଚକ ,ଅଖ ନିର୍ମାଣ ପରେ, ଅଖ ଉପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ରଥର ଦଣ୍ଡାଫ୍ରେମ ଏହି ଦଣ୍ଡା ଫ୍ରେମ ରେ ରଥର ସମସ୍ତ ଭାର ବହନ କରେ, ରଥରେ ଦଣ୍ଡା ଫ୍ରେମ ସେଟିଙ୍ଗ ସମୟରେ ଯେପରି ସମସ୍ୟା ନ ଉପୁଜେ ତା ପୂର୍ବରୁ ବାହାରେ ଦଣ୍ଡା ଫ୍ରେମ ପ୍ରସ୍ତୁତି ସମୟ ରେ ସତର୍କତା ପୂର୍ବକ ରଥ ତ୍ରୟ ର ଭିନ୍ନ ଭିନ୍ନ ମାପ ପ୍ରକାରେ ରଥ ମୂଳଦୁଆ କାର୍ଯ୍ୟ ଶେଷପରେ ନମ୍ବରିଂ କରାଯାଏ) *ଦେବଦଳନ ରଥର ଦୁଇଟିଗରଗରା ଚଉପଟ ପରେ ବିନ୍ଧ କାମ ଶେଷ ହୋଇଥିବା ବେଳେ ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଗରଗରା ଚଉପଟ ସରି ବିନ୍ଧ ଖୋଦେଇ ଚାଲୁ ରହିଛି ।
*ତିନିରଥର ପାଞ୍ଚୋଟି ଲେଖାଁଏ ଯୋଖା ର ନିର୍ମାଣ ଆରମ୍ଭ ହୋଇଛି ତାଳଧ୍ଵଜ ରଥ,ନନ୍ଦିଘୋଷ ରଥ ପାଇଁ ୧୬ ଟି ଲେଖାଁଏ ଯୋଖା ଏବଂ ଦେବଦଳନ ରଥର ୧୨ ଯୋଖା ନିର୍ମାଣ ହେବ । *ରୂପକାର ସେବକ ମାନେ ତିନିରଥ ର ୪୪ ଗୋଟି କୋଣ ଗୁଜ ରେ ସିଂହ ବିରାଳ ରୂପ ଖୋଦେଇ ଶେଷ କରି ‘ନାଟ ଗୋଡ’ ରେ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ତିନିରଥ ପାଇଁ ୮ ଟି ଲେଖାଁଏ ୨୪ ଗୋଟି ନାଟ ଗୋଡ଼ ପ୍ରସ୍ତୁତ ହେବ,ଆଜି ପ୍ରତି ରଥ ପାଇଁ ୫ଟି ଲେଖାଁଏ ନାଟ ଗୋଡ଼ରେ ଗନ୍ଧର୍ବ ବା ଅସୁର ର ହସ୍ତରେ ଧନୁ,ଛୁରୀ ଧାରଣ ପୂର୍ବକ ଦୁଇ ଗୋଡ଼ ଛନ୍ଦ ମୁଦ୍ରର ରୂପ ନାଟ ଗୋଡ଼ରେ ଅଙ୍କନ ପୂର୍ବକ ଖୋଦେଇ କାମ ଆରମ୍ଭ କରିଛନ୍ତି ।