No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ ଶନିବାର ) ବ୍ରହ୍ମପୁର :- ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି . ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ନୂଆଗାଁ ଏକ କ୍ରସର ନିକଟସ୍ଥ ନିକାଞ୍ଚନ ଇଲାକାରେ ବେଆଇନ ଭାବେ ଚାଲିଥିବା ନକଲି ଗୁଟଖା କାରଖାନା ଉପରେ ପାଟପୁର ପୋଲିସ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଅତର୍କିତ ଭାବେ ଚଢାଉ କରାଯାଇଥିବା ବେଳେ ଏହା ନିଶ୍ଚିତ ପ୍ରକାରେ ପୋଲିସକୁ ବଡ ସଫଳତା ମିଳିଥିବା କୁହାଯାଉଛି । ତେବେ ଏହି ଚଢାଉ ସମୟରେ ଗୁଟଖା ପ୍ରସ୍ତୁତି ନିମନ୍ତେ ବ୍ୟବହୃତ କଞ୍ଚାମାଲ ଉପକରଣ ସହ ୩ ଟି ବଡ଼ ଗୁଟଖା ମେସିନ ଜବତ କରାଯାଇଥିବା ଜଣାପଡ଼ିଛି । ଏହି ବାବଦରେ ପୋଲିସ ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇପୁଅ ରିଙ୍କୁ ପ୍ରଧାନ (୩୨) ଓ ପିଙ୍କୁ ପ୍ରଧାନ (୨୯) କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବରନୁଯାୟୀ , କରୋନା ମହାମାରୀ ସମୟରେ ସରକାର ମାଦକ ଦ୍ରବ୍ୟ ତଥା ଗୁଟଖା ବିକ୍ରି ଉପରେ କଟକଣା ଲଗାଇଥିବା ବେଳେ ଜିଲ୍ଲାର ବ୍ରହ୍ମପୁର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚାଲିଥିବା ନକଲି କାରଖାନା ଉପରେ ପୋଲିସ ପ୍ରଶାସନ ଚଢ଼ାଉ କରି ଜବତ କରିଥିଲା । ଯାହାଫଳରେ ଗୁଟଖାର ଆଦାନ ପ୍ରଦାନ ନ ହେବାରୁ ଦୋକାନୀମାନେ ଚଢାଦରରେ ଗ୍ରାହକଙ୍କୁ ଲୁଟିବାରେ ଲାଗିଲେ । ଏହାର ଫାଇଦା ଉଠାଇବା ପାଇଁ ଏବଂ ପ୍ରଚୁର ଅର୍ଥ ଲାଳସାରେ ଦୁଇଭାଇ ମିଶି ଉକ୍ତ ଅଞ୍ଚଳରେ ରହିଥିବା ନିଜ ଘରେ ମେସିନ ସାହାଯ୍ୟରେ ନକଲି ଗୁଟଖା ପ୍ରସ୍ତୁତି କରି ଆଖପାଖ ଅଞ୍ଚଳ ଦୋକାନୀଙ୍କୁ ବିକ୍ରି କରୁଥିଲେ ।
ଏପରିକି ସେମାନେ ଗଞ୍ଜାମ , ଗଜପତି ଏବଂ ଆନ୍ଧ୍ରପ୍ରଦେଶକୁ ମଧ୍ୟ ଗୁଟଖା ଯୋଗାଇବାରେ ଚେର ଲମ୍ବାଇଥିବା ଜଣାପଡିଛି । ତେବେ ଶୁକ୍ରବାର ଦିନ ପାଟପୁର ପୋଲିସ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ କର୍ମୀମାନେ ପୂର୍ବାହ୍ନ ସାଢେ଼ ୧୧ ଘଣ୍ଟା ସମୟରେ ଉକ୍ତ ଅଞ୍ଚଳରେ ପଇଁତରା ମାରିବା ସମୟରେ ସୂଚନା ପାଇ ଅତର୍କିତ ଚଢ଼ାଉ କରିଥିଲେ । ଏହି ଅବସରରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମଚାରୀ ମାନେ ଗୁଟଖା ସାମଗ୍ରୀ ଓ ପୁଡ଼ିଆ ମେସିନ ଜବତ କରି ତିନୋଟି ପିିିିକଆପ ଭ୍ଯାନ୍ ସାହାଯ୍ୟରେ ଲୋଡ କରି ଥାନାକୁ ଆଣିଥିଲେ । ଏନେଇ ଶୁକ୍ରବାର ଦିନ ଥାାନ ଅଧିକାରୀ ଶ୍ରୀ ମଲ୍ଲଙ୍କ ନେତୃତ୍ୱରେ ଏକ ସାାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଆୟୋଜିତ ସମ୍ମୀଳନୀରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଓ ଆସିକା ଏସଡିପିଓ ଉମାଶଙ୍କର ସିଂ ଯୋଗଦେଇ ନକଲି ଗୁଟଖାରେ ବ୍ୟବହୃତ କଞ୍ଚାମାଲ ଉପକରଣ ଓ ମେସିନର ଅନୁଧ୍ୟାନ କରିବା ସହ ଦୁଇଭାଇଙ୍କ ବିରୋଧରେ ପାଟପୁର ଥାନା କେଶ ନଂ ୧୮୪/୨୧ ଦଫା ୪୨୦/ ୪୬୮/ ୪୭୧/ ୪୭୨/ ୪୮୬/ ୪୮୮/ ୨୭୨/ ୨୭୩/ ୩୪ ଆଇପିସି /୨୦ ଅନୁସାରେ ମାମଲା ରୁଜୁ କରି ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଅନ୍ୟ କେତେକ ଯୁବକ ସଂପୃକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପ୍ରକାଶ କରାଯାଇଥିବା ଜଣାପଡ଼ିଛି । ( ରିପୋର୍ଟ : ଶେଷଦେବ ସାହୁ )
No Result
View All Result