No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍ , ଶୁକ୍ରବାର ) ନୟାଗଡ଼ :– ସନ୍ଧ୍ୟା ୬ଘଟିକା ସମୟରେ ଜିଲ୍ଲାର କୋଭିଡ୍ ପରିସ୍ଥିତି ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ସାଂସଦ କଟକ ଶ୍ରୀ ଭର୍ତୃହରି ମହତାବ, ମାନ୍ୟବର ସାଂସଦ ପୁରୀ ଶ୍ରୀ ପିନାକୀ ମିଶ୍ର, ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତି କରଣ,ମତ୍ସ୍ୟ ଓ ପଶୁପାଳନ ବିକାଶ ଏବଂ ଉଚ୍ଚଶିକ୍ଷା ବିଭାଗ ଡ. ଅରୁଣ କୁମାର ସାହୁ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ମାନ୍ୟବର ବିଧାୟକ ଖଣ୍ଡପଡ଼ା ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ମାନ୍ୟବର ସାଂସଦ କନ୍ଧମାଳ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକରେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାର କୋଭିଡ୍ ପରିସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରତି ବ୍ଲକ ଅନୁଯାୟୀ କୋଭିଡର ତଥ୍ୟ, ସଚେତନତା କାର୍ଯ୍ୟକ୍ରମ, ଞଗଉ, ସଙ୍ଗରୋଧ, ଟୀକାକରଣ,ଅକ୍ସିଜେନ ଆଦି ସଂପର୍କୀତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଡା. ଟୁଡୁ ଜିଲ୍ଲାରେ ବିଭିନ୍ନ କୋଭିଡ୍ କେୟାର ହୋମ ଓ ଚାନ୍ଦପୁରରେ ଥିବା କୋଭିଡ୍ ହସପିଟାଲର ବିଭିନ୍ନ ସୁବିଧା ଓ ପ୍ରସ୍ତୁତି ଉପରେ ଜଣାଇଥିଲେ ।
ଏହା ପୂର୍ବରୁ ଜିଲ୍ଲାପାଳ ଡା. ଟୁଡୁ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ୪ଗୋଟି ଅଲଗା ଅଲଗା ବୈଠକ ସ୍ୱତନ୍ତ୍ର ଭାବେ କରି ପ୍ରତି ପଂଚାୟତସ୍ତରୀୟ କୋଭିଡ୍ ପରିସ୍ଥିତି ଓ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରାୟତଃ ବର୍ତମାନ ଜିଲ୍ଲାର ପରିସ୍ଥିତି ମୋଟାମୋଟି ଉପରେ ଭଲ ଅଛି ଏବଂ ଜିଲ୍ଲାସ୍ତରରେ ଥିବା କୋଭିଡ୍୍ ମନିଟରିଂ ସେଲରୁ ପ୍ରତି କୋଭିଡ୍ କେସକୁ ପ୍ରତିଦିନ ନଜର ରଖାଯାଉଛି ବୋଲି ମତ ପ୍ରକାଶ କରିଥିଲେ ।

ମାନ୍ୟବର ସାଂସଦ ଓ ବିଧାୟକମାନେ ବିଭିନ୍ନ ମତ ରଖିଥିଲେ ଯେପରି ଜିଲ୍ଲାକୁ ଏହି ମହାମାରୀରୁ ପ୍ରତିହତ କରାଯାଇପାରିବ । ମୁଖ୍ୟତଃ ଅଧିକ ସଚେତନତା ସୃଷ୍ଟି କରିବା , ଛୋଟ ଛୋଟ ସମସ୍ୟାମାନଙ୍କୁ ଧ୍ୟାନ ଦେବା, ଟୀକାକରଣ ବଢ଼ାଇବା, ଜଞଚଉଜ ପରୀକ୍ଷାକୁ ବଢ଼ାଇବା, ଟୀକାକରଣ କେନ୍ଦ୍ରରେ ପ୍ରତୀକ୍ଷା କରିବା ପାଇଁ ବ୍ୟବସ୍ଥା କରାଇବା, ଜଟିଳ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଯେମିତିକି କାଜୁଆଲଟିକୁ ରୋକାଯାଇ ପାରିବ ସେ ସଂପର୍କରେ ମତାମତ ପ୍ରକାଶ ପାଇଥିଲା ।
ଏହାକୁ ଆହୁରି ଭଲ ଭାବରେ କରାଯିବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ, ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ.ଡି. , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ,ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୨ ଶ୍ରୀ ଶକ୍ତିପ୍ରସାଦ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକ ଶେଷ କରାଯାଇଥିଲା ।
No Result
View All Result