No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଜୁନ୍ , ଶୁକ୍ରବାର ) ଓଡ଼ଗାଁ :- ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଅସୁସ୍ଥ କାରଣରୁ ଗତ କିଛି ଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା । ୨୦୨୦ ମସିହାରେ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ଅଞ୍ଚଳରେ ଏକର ଏକର ଜମି ପାଣି ଅଭାବରୁ ମରୁଭୂମି ପାଲଟି ଯାଇଥିଲା । ଲୋକମାନେ ଏହି ଜମିରେ ଚାଷ କରିବାର ଆଶା ଛାଡି ଦେଇଥିଲେ । ଓଡ଼ଗାଁ ଫେରିବା ପରେ ସାବରମତୀ ଓ ରାଧାମୋହନ ଙ୍କୁ ଏହି ଟାଙ୍ଗରା ଭୂଇଁ ତାଙ୍କୁ ଚିନ୍ତାରେ ପକାଇଥିଲା ।
ଏବଂ ରାଧାମୋହନ ସମ୍ଭବ ସହ ଜଡ଼ିତ ହେବା ପରେ ଅସମ୍ଭବ କୁ ସମ୍ଭଵରେ ପରିଣତ କରିବାକୁ ଲାଗିଲେ । ଖାଲି ପଡିଥିବା ଜମିରେ ଜୈବିକ ଚାଷ କରି ପରିବର୍ତ୍ତନ ଆଣିଥିଲେ ରାଧାମୋହନ । ପୂର୍ବରୁ ରାଜ୍ୟର ସୂଚନା କମିଶନର ଭାବେ ଦାୟିତ୍ଵ ତୁଲାଇଛନ୍ତି । ସେହିପରି ଜଣେ ଶିକ୍ଷାବିତ , ସମାଜକର୍ମୀ ଓ ପରିବେଶବିତ୍ ଭାବରେ ଜଣାଶୁଣା ଥିଲେ ।
ପଦ୍ମଶ୍ରୀ ପ୍ରଫେସର୍ ରାଧାମୋହନ ସାରଙ୍କ ମୃତ୍ୟୁ ଅତ୍ୟନ୍ତ ମର୍ମାହତ । ସେ ଥିଲେ ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ । ବହୁ ଲୋକଙ୍କୁ ସେ ଜିରୋରୁ ହିରୋ କରି ଦେଇଛନ୍ତି । ଏକଦା ଟାଙ୍ଗରା ଭୂଇଁ ଥିବା ଯାଗା ଯୋଉଠି ଘାସ ମଧ୍ୟ କଅଁଳେନି ସେ ଯାଗା ଉପରେ ପ୍ରବଳ ପରିଶ୍ରମ କରି ପ୍ରଥମେ ଘାସ, ତାପରେ ବାଉଁଶ,ତାପରେ ଅନ୍ୟାନ୍ୟ ଗଛ ମାନଙ୍କର ବଂଶବୃଦ୍ଧି କରାଇ ଥିଲେ ।
ଅସମ୍ଭବ କୁ ସମ୍ଭବ କରି ପାରି ଥିବାରୁ ଅନୁଷ୍ଠାନର ନାଁ ରଖିଲେ “ସମ୍ଭବ”। ଏକଦା ସମ୍ଭବ ଗୋଟିଏ ତାଲିମ୍ କେନ୍ଦ୍ର ଥିଲା । ବର୍ଷ ତମାମ୍ ସେଠାରେ ବିଭିନ୍ନ ତାଲିମ୍ ଦିଆଯାଏ । ଏ ଅଧମ ମଧ୍ୟ ସେଠାକୁ ବିଭିନ୍ନ ସମୟରେ ଯାଇ ପରିବେଶ ଉପରେ , ଲିଡର ସିପ୍, ରୁରାଲ୍ ଡେଭଲପମେଣ୍ଟ ର ଭାବେ ବହୁ ଲୋକ ତାଲିମ୍ ନେଇଛନ୍ତି । ତାଲିମ ଦାତା ମାନେ ସିୱାଇଏସଡି, ଜାଭିୟର ଆଦିରୁ ଆସନ୍ତି। ଖାଇବା ଓ ରହିବା ଉଚ୍ଚ କୋଟୀର । ସମସ୍ତଙ୍କ ଭଲ ମନ୍ଦ ପଚାରି ବୁଝନ୍ତି ପର ର ଉପକାର ପାଇଁ ସଦା ସର୍ବଦା ତତ୍ପର ଥିବା ବ୍ୟକ୍ତିତ୍ୱ ଥିଲେ । ତାଛଡା କେବେ କେବେ ପରୀକ୍ଷିତ ସାର୍ ଙ୍କ ଡାକରାରେ ଗଣିଆ ଉନ୍ନୟନ କମିଟିକୁ ମଧ୍ୟ ଯାଆନ୍ତି । ଗାନ୍ଧୀବାଦି ଚଳଣି । ଅତି ଅମାୟୀକ । ଆରଟିଆଇ କମିଶନର ଭାବେ ତାଙ୍କ ନିଷ୍ପତ୍ତି ଅତୁଳନୀୟ । ତାଙ୍କ ମୃତ୍ୟୁରେ ରାଜ୍ୟ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଲା । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ସେ ମହାନ୍ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରୁଛୁ । ପ୍ରଫେସର ରାଧାମୋହନଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଛି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result