No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍ , ଶୁକ୍ରବାର ) କଳାହାଣ୍ଡି :- ନର୍ଲା ବ୍ଳକ କଂଗ୍ରେସ ପକ୍ଷରୁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ବିଭିନ୍ନ ଖାଉଟି ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ନର୍ଲା ବ୍ଳକ କଂଗ୍ରେସ ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ନର୍ଲାର ପେଟ୍ରୋଲ ପମ୍ପ ଓ ଇଣ୍ଡେନ ଗ୍ୟାସ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା । ଏଥିରେ କଂଗ୍ରେସ ବ୍ଲକ ସଭାପତିଙ୍କ ସହ ବରିଷ୍ଠ ସଦସ୍ୟ ସୁଦାମ ପଧାନ, ରାଜକୁମାର ମହାନନ୍ଦ,ହରିଶ ମହାନନ୍ଦ,ଆକାଶ ଦୁର୍ଗା,ଆଲୋକ ଦୁର୍ଗା, ମୁକେଶ ବିଭାର,ସୁରେଶ ବିଭାର ଓ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
କରୋନାର ଦ୍ଵିତୀୟ ଲହରୀ ସମୟରେ ସରକାର ଜୁନ ୧୭ ଯାଏଁ ଲକଡାଉନ ଘୋଷଣା କରିଥିବାରୁ ଶ୍ରମିକ, ଜନସାଧାରଣ କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଦିଗରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ସମସ୍ତ ଖାଉଟି ଦ୍ରବ୍ୟ ଓ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ କରୋନା କଟକଣାର ନିୟମ ମାନି ଶାନ୍ତି ଶୃଙ୍ଖଳା ସହ ବିକ୍ଷୋଭ କରାଯାଇଛି ବୋଲି ନର୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଚାନ୍ଦ ଜଣାଇଛନ୍ତି। ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )
No Result
View All Result