No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ଭୁବନେଶ୍ୱର :- ଜାତିସଂଘ ସମର୍ଥିତ ସଂସ୍ଥା ଆଇୟୁସିଏନ୍ର ପୋର୍ଟାଲ୍ରେ ଅରୋମିରା ଏଟଂରଟେନ୍ମେଂଟ୍ ର ଭାଇରାଲ୍ ମ୍ୟୁଜିକ୍ ଭିଡିଓ ପୃଥିବୀ ମନ୍ଥନ ସ୍ଥାନ ପାଇଛି । ବିଶ୍ୱ ପରିବେଶ ସୁରକ୍ଷା ବିଷୟ ଉପରେ ପର୍ଯ୍ୟବେସିତ ଏହି ମ୍ୟୁଜିକ୍ ଭିଡିଓର ଗୀତକୁ ଗାଇଛନ୍ତି ବର୍ଷୀୟାନ ଗାୟିକା ସୁସ୍ମିତା ଦାସ । ପ୍ରଥମ ଥର ଲାଗି ଓଡ଼ିଆ ଟିମ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପୋର୍ଟାଲ୍ରେ ସ୍ଥାନ ପାଇଛି । ଏହି ମ୍ୟୁଜିକ୍ ଭିିଡିଓର ବିଶ୍ୱସ୍ତରୀୟ ଗ୍ରହଣୀୟତା ଓଡ଼ିଆ କ୍ରିଏଟିଭ୍ ଜଗତ ପାଇଁ ଗୌରବ ଆଣିଛି । ଏଭଳି ବିରଳ ସଫଳତା ପାଇଥିବା ପୃଥିବୀ ମନ୍ଥନ ମ୍ୟୁଜିକ୍ ଭିଡିଓକୁ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ନିଜ ସୋସିଆଲ ମିଡିଆ ଆକାଉଂଟ୍ରେ ସେୟାର କରିବା ସହ ତାହାକୁ ପ୍ରଶଂସା କରିଛନ୍ତି । ଏହି ଭିଡିଓକୁ ଅଧିକ ମାତ୍ରାରେ ସେୟାର କରିବା ଲାଗି ସେମାନେ ଆହ୍ୱାନ ଦେଇଛନ୍ତି । ଏଭଳି ସମୟୋପଯୋଗୀ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଥିବାରୁ ସେମାନେ କ୍ରିଏଟିଭ୍ ଟିମ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର, ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଭଳି ବ୍ୟକ୍ତି ମ୍ୟୁଜିକ୍ ଭିଡିଓକୁ ଯେଉଁଭଳି ଢଙ୍ଗରେ ଉପସ୍ଥାପନ କରାଯାଇଛି ତାହାକୁ ପ୍ରଶଂସା କରିଛନ୍ତି ।
ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଏହି ମ୍ୟୁଜିକ୍ ଭିିଡିଓକୁ ପ୍ରଶଂସା କରି ଲେଖିଛନ୍ତି ଯେ ପୃଥିବୀର ସୁରକ୍ଷା ହେଉଛି ଆମର ଦାୟିତ୍ୱ । ଏହି ଭିଡିଓରେ ଦିଆଯାଇଥିବା ବାର୍ତା ବେଶ ପ୍ରଶଂସନୀୟ ବୋଲି ସେ କହିଛନ୍ତି । ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକ କହିଛନ୍ତି ଯେ ପରିବେଶର ସଂରକ୍ଷଣ ଏକ ଜରୁରୀ ଆବଶ୍ୟକତା ବୋଲି ଏହି ମ୍ୟୁଜିକ୍ ଭିଡିଓ ଅତି ଚମତ୍କାର ଢଙ୍ଗରେ ଜଣାଇଛି । ଆଇଏଫ୍ଏସ୍ ଅଧିକାରୀ ଡକ୍ଟର ଅବଦୁଲ କାୟୁମ୍ ମଧ୍ୟ ନିଜ ଟ୍ୱିଟର୍ ଆକାଉଂଟ୍ରେ ମ୍ୟୁଜିକ୍ ଭିଡିଓର ଲିଙ୍କ୍କୁ ସେୟାର କରିଛନ୍ତି । ତେଲେଙ୍ଗାନା ସରକାରଙ୍କ ବିଭାଗ “ତେଲେଙ୍ଗାନାକୁ ହରିତ ହାରାମ’ ପକ୍ଷରୁ ମଧ୍ୟ ଫେସବୁକ୍ରେ ଏହି ମ୍ୟୁଜିକ୍ ଭିଡିଓକୁ ସେୟାର କରାଯାଇଛି । ଗାୟିକା ସୁସ୍ମିତାଙ୍କ ସ୍ୱାମୀ ସିଦ୍ଧାନ୍ତ ଦାସ ଏହି ମ୍ୟୁଜିକ୍ ଭିଡିଓର ପରିକଳ୍ପନା କରିଥିଲେ । ଶିବ କୁମାର ବିଲଗ୍ରାମ ଏହାର ଗୀତ ରଚନା କରିଥିବା ବେଳେ ଓମ୍ ପ୍ରକାଶ ମହାନ୍ତି ତାହାକୁ ସଙ୍ଗୀତରେ ସଜାଇଥିଲେ । ସୂର୍ଯ୍ୟମୟୀ ଏଥିରେ ଅଭିନୟ କରିଥିବା ବେଳେ ଦେବ ମେହେର ନିର୍ଦେଶନା ଦେଇଛନ୍ତି । ଏହା ହେଉଛି ୨୦୨୧ରେ ଜାତିସଂଘ ସମର୍ଥିତ ପ୍ରଥମ ମ୍ୟୁଜିକ୍ ଭିିଡିଓ । ପ୍ରଦୂଷଣ ବିଷୟବସ୍ତୁ ଉପରେ ପ୍ରଥମ ଥର ଲାଗି ଏଭଳି ପ୍ରୟାସ କରାଯାଇଛି । ହଲିଉଡ୍ ସିନେମାରେ ବ୍ୟବହାର ହେଉଛି ଅନେକ ପ୍ରଯୁକ୍ତିକୁ ଏଥିରେ ବ୍ୟବହାର କରାଯାଇଛି । ଶିବ ତାଣ୍ଡବ ସ୍ତ୍ରୋତ୍ରମ୍ ଉପରେ ଏହି ମ୍ୟୁଜିକ୍ ଭିଡିଓକୁ ତିଆରି କରାଯାଇଛି ।
No Result
View All Result